ସଂସଦରେ ନୂଆ ଇନକମଟ୍ୟାକ୍ସ ବିଧେୟକ ଉପସ୍ଥାପନ କଲେ ନିର୍ମଳା ସୀତାରମଣ, ଜାଣନ୍ତୁ ଅପଡେଟ୍

ସଂସଦରେ-ନୂଆ-ଇନକମଟ୍ୟାକ୍ସ-ବିଧେୟକ-ଉପସ୍ଥାପନ-କଲେ-ନିର୍ମଳା-ସୀତାରମଣ,-ଜାଣନ୍ତୁ-ଅପଡେଟ୍

ନୂଆଦିଲ୍ଲୀ ୧୧।୮:   ଆୟକର ଆଇନରେ ବଡ଼ ପରିବର୍ତ୍ତନ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ନୂଆ ଇନକମ ଟ୍ୟାକ୍ସ ବିଲ୍ ଉପସ୍ଥାପନ କରିଛନ୍ତି। ଏହି ସଂଶୋଧିତ ବିଲରେ ପାର୍ଲ୍ୟାମେଣ୍ଟାରୀ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶକୁ ସାମିଲ କରାଯାଇଛି ଓ ଏହା ପୁରୁଣା ଆୟକର ଅଧିନିୟମ ୧୯୬୧କୁ ବଦଳାଇବା ପାଇଁ ଆଧାର ହେବ। ଏହା ପୂର୍ବରୁ ସରକାର ଫେବୃଆରୀ ୧୩ରେ ଉପସ୍ଥାପନ କରାଯାଇଥିବା ଇନକମ ଟ୍ୟାକ୍ସ ବିଲ୍ ୨୦୨୫କୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିଲେ। 

ନୂଆ ଚିଠା ପ୍ରସ୍ତାବ ଅଗଷ୍ଟ ୧୧ ତାରିଖ ଦିନ ଲୋକସଭାରେ ଉପସ୍ଥାପନ କରାଯାଇଛି, ଯେଉଁଥିରେ ଦିଆଯାଇଥିବା ସବୁ ପରାମର୍ଶ ସାମିଲ କରାଯାଇଛି। ତେବେ ଆଶ୍ୱସ୍ତିର କଥା ହେଉଛି ନୂଆ ଆୟକର ସୀମା  ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି କାୟମ ରଖାଯାଇଛି। ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି ଯେ ‘ଆମକୁ ଏପରି ସବୁ ପରାମର୍ଶ ମିଳିଛି ଯେଉଁଗୁଡିକ ଆଇନକୁ ଯଥାର୍ଥ କରିବା ଲାଗି ଜରୁରି’। ଏଥିରେ ଡ୍ରାଫ୍ଟିଂରେ ଥିବା ତ୍ରୁଟି ଓ ଶବ୍ଦର ମିଳନ, ଆବଶ୍ୟକୀୟ ପରିବର୍ତ୍ତନ ଓ କ୍ରସ୍ ରେଫରେନସିଂ ଭଳି ସୁଧାର କରାଯାଇଛି।   ସେ କହିଛନ୍ତି ପୁରୁଣା ବିଲକୁ ଭ୍ରମରୁ ବର୍ତ୍ତିବା ପାଇଁ ପ୍ରତ୍ୟାହାର କରାଯାଇଥିଲା ଓ ନୂଆ ଡ୍ରାଫ୍ଟ ୧୯୬୧ ଆୟକର ଆଇନ ସଂଶୋଧନରେ ଆଧାର ହେବ। 

ତେବେ ଫେବୃଆରୀର ଡ୍ରାଫ୍ଟକୁ ଗତ ୬୦ ବର୍ଷରେ ଭାରତର ପ୍ରତ୍ୟକ୍ଷ କର କୋଡର ସବୁଠୁ ବଡ଼ ସଂଶୋଧନ ମନେ କରାଯାଉଥିଲା। ଏହି ଡ୍ରାଫ୍ଟରେ ୨୩ ଅଧ୍ୟାୟ, ୫୩୬ ଧାରା ଓ ୧୬ ଅନୁସୂଚୀ ଥିଲା। ଏଥିରେ ଏହାକୁ ସହଜରେ ବୁଝିହେବା ଲାଗି ଟେବୁଲ ଓ ଫର୍ମୂଲା ସାମିଲ ଥିଲା। ଏହା ସହ ଟିଡିଏସ ନିୟମଗୁଡିକୁ ଶରଳ କରିବା, ଡିପ୍ରିସିଏସନ ପ୍ରାବଧାନଗୁଡିକୁ ସହଜ କରିବା, ଆର୍ଥିକ ବର୍ଷ ସମୟ ସୀମା ଯଥାବତ ରଖିବାର ପ୍ରସ୍ତାବ ଥିଲା। 

Scroll to Top