ନୂଆଦିଲ୍ଲୀ ୧୧।୮: କଂଗ୍ରେସ ନେତା କେ.ସି. ବେଣୁଗୋପାଲ ତାଙ୍କର ଏକ ଟ୍ୱିଟ୍ ରେ ଝଡ଼ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଏୟାର ଇଣ୍ଡିଆ ଫ୍ଲାଇଟ ଏଆଇ ୨୪୫୫ ଯେଉଁଥିରେ ସେ ନିଜେ ଓ ଆଉ କିଛି ସାଂସଦଙ୍କ ଶହ ଶତାଧିକ ଯାତ୍ରୀଥିଲେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବେଣୁଗୋପାଲଙ୍କ ତିରୁଅନନ୍ତପୁରମରୁ ଦିଲ୍ଲୀ ଯାଉଥିବା ଏହି ଫ୍ଲାଇଟ୍ ପ୍ରଥମେ ବିଳମ୍ବ ହୋଇଥିଲା, ଟେକଅଫ ପରେ ଭୀଷଣର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ଘଣ୍ଟାକ ପରେ କ୍ୟାପ୍ଟେନ କହିଥିଲେ ଫ୍ଲାଇଟର ସିଗ୍ନାଲ ଖରାପ, ଏଣୁ ବିମାନକୁ ଚେନ୍ନାଇ ଡାଇଭର୍ଟ କରାଯାଇଥିଲା।
Air India flight AI 2455 from Trivandrum to Delhi – carrying myself, several MPs, and hundreds of passengers – came frighteningly close to tragedy today.
What began as a delayed departure turned into a harrowing journey. Shortly after take-off, we were hit by unprecedented…
— K C Venugopal (@kcvenugopalmp) August 10, 2025
ଚେନ୍ନାଇରେ ଲ୍ୟାଣ୍ଡିଂ କରିବା ବେଳେ ରନୱେରେ ଏକ ଅନ୍ୟ ବିମାନ ଛିଡା ହୋଇଥିଲା, ଏଣୁ ଶେଷ ମୁହୁର୍ତ୍ତରେ ପାଇଲଟ ବିମାନକୁ ଉପରକୁ ଉଠାଇ ନେଇଥିଲେ ବୋଲି ବେଣୁ ଗୋପାଲ ଟ୍ୱିଟ୍ରେ ଅଭିଯୋଗ କରିଛନ୍ତି। ଏଥିରେ ବେଣୁ ଗୋପାଲ ବିମାନ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସବୁ ଯାତ୍ରୀଙ୍କ ଜୀବନ ବଞ୍ଚିଲା ବୋଲି ଉଲ୍ଲେଖ କରିଛନ୍ତି। ଏ ନେଇ ବେଣୁଗୋପାଲ ଡିଜିସିଏ ଓ ଏମଓସିଏଙ୍କୁ ମାମଲାରେ ତୁରନ୍ତ ଯାଞ୍ଚ କରନ୍ତୁ ବୋଲି ଦାବି କରିଛନ୍ତି। ତେବେ ଏହି ପୁରା ପ୍ରକରଣରେ ଏୟାର ଇଣ୍ଡିଆର ଜବାବ ସମ୍ପୂର୍ଣ୍ଣ ଭିନ୍ନ।
ଏୟାର ଇଣ୍ଡିଆ କହିଛି ଯେ ଏପରି କିଛି ବି ହୋଇନି। ଖରାପ ପାଗ ଓ ବୈଷୟିକ ତ୍ରୁଟି ଆଶଙ୍କାରେ ଫ୍ଲାଇଟକୁ ଚେନ୍ନାଇ ଡାଇଭର୍ଟ କରିବାକୁ ପଡିଥିଲା ଓ ଲ୍ୟାଣ୍ଡିଂ କାଳରେ ରନୱେରେ କୌଣସି ଅନ୍ୟ ବିମାନ ନଥିଲା। ଏୟାର ଇଣ୍ଡିଆ ସ୍ପଷ୍ଟ ରୂପେ କହିଛି ଯେ ତାଙ୍କ ପାଇଲଟ ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଳନ କରିଛନ୍ତି ଓ ସୁରକ୍ଷାକୁ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏୟାର ଲାଇନ୍ସ ଏହା ବି କହିଛି ଯେ ଏପରି ଘଟଣା ଯାତ୍ରୀଙ୍କ ନିମନ୍ତେ ଚିନ୍ତାଜନକ ହୋଇପାରେ ଓ ଏଥି ପାଇଁ ସେ ଦୁଃଖିତ, ତେବେ ସୁରକ୍ଷା ଆମର ପ୍ରାଥମିକତା ବୋଲି କହିଛି।
This is extremely serious.
If senior Congress leader KC Venugopal claims an Air India flight had to abort landing in Chennai because another aircraft was on the runway and the airline immediately contradicts him, then one of them is misrepresenting facts.
Aviation safety is… https://t.co/SI4m6eMt39 pic.twitter.com/eH2k2gHf3t
— Amit Malviya (@amitmalviya) August 11, 2025
ଏହି ମାମଲା ଏବେ ଏଥି ପାଇଁ ଜଟିଳ ହୋଇ ପଡିଛି ଯେ ଜଣେ ବଡ଼ ନେତାଙ୍କ ଏପରି ବୟାନ ନା କେବଳ ଏୟାରଲାଇନ୍ସ ପ୍ରତିଷ୍ଠା ଉପରେ ପ୍ରଶ୍ନ ଉଠାଉଛି ବରଂ ଯାତ୍ରୀଙ୍କ ମଧ୍ୟରେ ଡର ଓ ଅବିଶ୍ୱାସ ମଧ୍ୟ ସୃଷ୍ଟି କରୁଛି। ଏହି ମାମଲାରେ ବିଜେପି ନେତା ଅମିତ ମାଲବ୍ୟ ଦଖଲ ଦେଇଛନ୍ତି। ସେ କହିଛନ୍ତି ଯେ ବେଣୁ ଗୋପାଲଙ୍କ ଅଭିଯୋଗ ଅତ୍ୟନ୍ତ ଗୁରୁତର। କାରଣ ବେଣୁଗୋପାଲ କହିଛନ୍ତି ଯେ ଏୟାର ଇଣ୍ଡିଆର ଏକ ଫ୍ଲାଇଟର ଲ୍ୟାଣ୍ଡିଂ ରୋକିବାକୁ ପଡିଥିଲା। କାରଣ ରନୱେରେ ଅନ୍ୟ ବିମାନ ଥିଲା। ହେଲେ ଏୟାର ଇଣ୍ଡିଆ ଅଭିଯୋଗକୁ ଅସ୍ୱୀକାର କରିଛି।
ଏଥିରେ ମାଲବ୍ୟ କହିଛନ୍ତି ଯେ ଏୟାର ଇଣ୍ଡିଆ ହେଉ ଅଥବା ବେଣୁଗୋପାଲ ଦୁଇ ଜଣଙ୍କ ମଧ୍ୟରୁ କିଏ ଜଣେ ନିଶ୍ଚିତ ମିଛ କହୁଛନ୍ତି। ଯଦି ବେଣୁ ଗୋପାଲଙ୍କ ଅଭିଯୋଗ ଠିକ୍ ତେବେ ଚେନ୍ନାଇ ଏଟିସି ଓ ଏୟାର ଇଣ୍ଡିଆକୁ ଜବାବ ଦେବାକୁ ପଡିବ। ଯଦି ଏହି ଅଭିଯୋଗ ମିଥ୍ୟା ବେଣୁ ଗୋପାଲଙ୍କୁ ଏଥି ପାଇଁ ଦଣ୍ଡିତ ହେବାକୁ ପଡିବ। ଯେଉଁଥିରେ ତାଙ୍କୁ ‘ନୋ ଫ୍ଲାଇ ଲିଷ୍ଟ’ରେ ବି ପକାଯାଇ ପାରେ।




