ଅଚଳ ହୋଇପଡ଼ିଛି ମେଗା ଲିଫ୍ଟ ପଏଣ୍ଟ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ଚାଷୀ
Published By : Prameya-News7 Bureau | August 11, 2025 IST

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପଣ୍ଡକିମାଲରେ ଥିବା ମେଗା ଲିଫ୍ଟ ପଏଣ୍ଟ ଚାଲୁ ନଥିବାରୁ ରାସ୍ତା ଅବରୋଧ କଲେ ତିନୋଟି ପଞ୍ଚାୟତର ଚାଷୀ । ତରଭା – କଣ୍ଟାମାଳ ରାସ୍ତାର ମେଟାକାନୀ ଛକରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି ।
ଅଭିଯୋଗ ଅନୁସାରେ ବର୍ତ୍ତମାନ ସମୟରେ ବର୍ଷା ଅଭାବ ଯୋଗୁଁ ଧାନ ଚାଷ ପ୍ରଭାବିତ ହେବାକୁ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ମେଗା ଲିଫ୍ଟ ପଏଣ୍ଟ ସବୁ ଚଳାଇଲେଣି । ହେଲେ ପଣ୍ଡକିମାଲଠାରେ ଥିବା ପଏଣ୍ଟକୁ ଚଳାଉନାହାନ୍ତି । ଏନେଇ ଚାଷୀମାନେ କାରଣ ପଚାରିବାରୁ ସେଠାରେ କିଛି ଲୋକ ଏହା ଚାଲିବ ନାହିଁ କହିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଯାହାର ପ୍ରତିବାଦରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଏହାସହ ତୁରନ୍ତ ସମାଧାନ ନହେଲେ ରାସ୍ତା ଅବରୋଧ ହଟିବା ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
ସମ୍ବନ୍ଧିତ ଖବର







