କେନ୍ଦ୍ର ସରକାରଙ୍କୁ UFIOEର ଚେତାବନୀ, ଆଇଡିବିଆଇକୁ ବିକ୍ରି କିମ୍ବା ଘରୋଇକରଣ କଲେ ଧର୍ମଘଟ

କେନ୍ଦ୍ର-ସରକାରଙ୍କୁ-ufioeର-ଚେତାବନୀ,-ଆଇଡିବିଆଇକୁ-ବିକ୍ରି-କିମ୍ବା-ଘରୋଇକରଣ-କଲେ-ଧର୍ମଘଟ

Published By : Prameya-News7 Bureau | August 11, 2025 IST

ଭୁବନେଶ୍ୱର: ଆଇଡ଼ିବିଆଇ ନିରନ୍ତର ଭାବେ ଲାଭ କରୁଛି। ଆଇଡ଼ିବିଆଇକୁ କେନ୍ଦ୍ର ସରକାର ବିକ୍ରି କିମ୍ବା ଘରୋଇକରଣ ନ କରନ୍ତୁ। ବିକ୍ରି ହେଲେ ବ୍ୟାଙ୍କ୍ କର୍ମଚାରୀ ଓ ତାଙ୍କ ପରିବାରର ଭାଗ୍ୟ ଅନ୍ଧାରକୁ ଚାଲିଯିବ। ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ୟୁନାଇଟେଡ୍ ଫୋରମ୍ ଅଫ୍ ଆଇଡିବିଆଇ ଅଫିସର୍ସ୍ ଆଣ୍ଡ୍ ଏମ୍ପ୍ଲୋଇଜ୍ (ୟୁଏଫଆଇଓଇ) ୟୁନିଅନ। ତେଣୁ ବିକ୍ରି ବନ୍ଦ୍ କୁ ବିରୋଧ କରି ସୋମବାର ବ୍ୟାଙ୍କ୍ ବନ୍ଦ୍ ସହ ଧାରଣା ଦେଇଛି ସଂଘ। ଯାହାଦ୍ୱାର ବ୍ୟାଙ୍କ୍ ର କଷ୍ଟମରମାନେ ହଇରାଣର ସମ୍ମଖୀନ ହୋଇଛନ୍ତି। ଯଦି କେନ୍ଦ୍ର ସରକାର ସଂଘ ଦାବି ନମାନିବେ ତେବେ ଦେଶବ୍ୟାପୀ ଧର୍ମଘଟ କରିବାକୁ ସଂଘ । 

ସାମ୍ବାଦିକ ସମ୍ମିଳନୀରେ ୯ ଦଫା ଦାବି ଉଠାଇଛି। ଦାବି ଭିତରେ ରହିଛି ବିକ୍ରି କିମ୍ବା ଘରୋଇକରଣ ବନ୍ଦ କରିବା, ୫ ହଜାର କ୍ଲର୍କ ଓ ୨ ହଜାର ସବ ଷ୍ଟାଫ୍ ନିଯୁକ୍ତି ଦେବା, ଅଫିସର ଙ୍କ ପାଇଁ ଲାଗୁ ହେଉଥିବା ବାଇଲାଟେରିଆଲ୍ ବଦଳି ପଲିସି ବନ୍ଦ କରିବା ,ବିଷାକ୍ତ କାର୍ଯ୍ୟ ସଂସ୍କୃତି ଏବଂ ଏକ ଚିକିତ୍ସା ସହାୟତା ପାଣ୍ଠି ଯୋଜନା ପୁନଃପ୍ରବର୍ତ୍ତନ ଭଳି ସମସ୍ୟାଗୁଡ଼ିକର ସମାଧାନ ୯ ଦଫା ଦାବି ରଖିଛି।  ଭାରତ ସରକାର ଓ ଏଲଆଇସି ମିଶି ୯୮ ପ୍ରତିଶତ ସେୟାର ରଖିଛନ୍ତି। ଉଭୟ ମିଶି ୬୦ ପ୍ରତିଶତ ସେୟାର ଘରୋଇ କମ୍ପାନୀ କୁ ବିକ୍ରି କରିବେ ବୋଲି ସଂଘ ଅଭିଯୋଗ ଆଣିଛି। ଆଇଡିବିଆଇ ବ୍ୟାଙ୍କ୍ ଯିଏ କିଣିବ ତା ବିରୋଧରେ ଠିଆ ହେବ ସଂଘ ବୋଲି କଡ଼ା ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top