ପୁଟିନଙ୍କୁ ଖୁବ୍‌ ଶୀଘ୍ର ସାକ୍ଷାତ୍‌ କରିବେ ଟ୍ରମ୍ପ , ୟୁକ୍ରେନର ବଢିଲା ଚିନ୍ତା

ପୁଟିନଙ୍କୁ-ଖୁବ୍‌-ଶୀଘ୍ର-ସାକ୍ଷାତ୍‌-କରିବେ-ଟ୍ରମ୍ପ-,-ୟୁକ୍ରେନର-ବଢିଲା-ଚିନ୍ତା

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ଡୋନାଲ୍ଡ ଟ୍ରମ୍ପ। ଏନେଇ ଆମେରିକାର ରାଷ୍ଟ୍ରପତି କରିଛନ୍ତି ଘୋଷଣା। ଟ୍ରମ୍ପ ୟୁକ୍ରେନ୍‌ରେ ଲଢେଇକୁ ବନ୍ଦ କରିବା ପାଇଁ ଯୁଦ୍ଧ ବିରତି ଚୁକ୍ତିକୁ ମଧ୍ୟସ୍ଥତା କରିବାକୁ ଚାହାନ୍ତି। ହ୍ୱାଇଟ୍‌ ହାଉସ୍‌ରେ ଆର୍ମେନିଆ ଓ ଅଜରବୈଜାନ ସହ ଶାନ୍ତି ଚୁକ୍ତିର ଘୋଷଣା ପାଇଁ ସୋମବାର ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଠାରେ ଟ୍ରମ୍ପ କହିଥିଲେ ଯେ, ସେ ଶୁକ୍ରବାର ଏହି ମିଟିଂକୁ ନେଇ ଲୋକେସନ ସହ ଅବଶିଷ୍ଟ ସୂଚନା ସେୟାର କରିବେ। ସେ ସଙ୍କେତ ଦେଇଥିଲେ ଯେ, ୟୁକ୍ରେନୀ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ବୈଠକରେ ସାମିଲ ହେବେ ନାହିଁ। ଟ୍ରମ୍ପ କହି ଥିଲେ, ଆମେ ରୁଷ୍‌ ସହ ମିଟିଂ କରିବାକୁ ଯାଉଛୁ। ଏହାର ଆରମ୍ଭ ରୁଷ୍‌ରୁ ହେବ ଏବଂ ଆମେ ଗୋଟିଏ ସ୍ଥାନର ଘୋଷଣା କରିବୁ। ମୋତେ ଲାଗୁଛି ଯେ, ଏହି ସ୍ଥାନ ଅନେକ କାରଣରୁ ବହୁତ ଲୋକପ୍ରିୟ ହେବ।

ପୁଟିନଙ୍କ ସହ ମୁହାଁମୁହିଁ ବୈଠକ ଆମେରିକୀୟ ରାଷ୍ଟ୍ରପତିଙ୍କ ପାଇଁ ବିପଦପୂର୍ଣ୍ଣ ପଦକ୍ଷେପ ବୋଲି ମନେକରାଯାଉଛି। ପ୍ରକୃତ କଥା ହେଲା , ନିର୍ବାଚନ ପ୍ରଚାର ବେଳେ ସେ ଯୁଦ୍ଧକୁ ଖୁବ୍‌ ଶୀଘ୍ର ବନ୍ଦ କରିବାକୁ ଶପଥ ନେଇ ଥିଲେ। କିନ୍ତୁ ତାଙ୍କର ପ୍ରୟାସ ବାରମ୍ୱାର ବିଫଳ ହେବାରେ ଲାଗିଛି। ଟ୍ରମ୍ପ ଶୁକ୍ରବାର କହିଥିଲେ , ମୋ ମତରେ ଆମେ ଶାନ୍ତି ଚୁକ୍ତିର ବହୁତ ନିକଟରେ ପହଞ୍ଚିବାକୁ ଯାଉଛେ। ଏହି ମଧ୍ୟରେ, ୟୁକ୍ରେନର ସହଯୋଗୀ ଏହି କଥାକୁ ନେଇ ଚିନ୍ତିତ ଯେ, ପୁଟିନଙ୍କୁ ଟ୍ରମ୍ପ ବହୁତ ଅଧିକ ରିହାତି ଦେଇ ପାରନ୍ତି। ରୁଷୀୟ ସେନା ୨୦୧୪ରେ ୟୁକ୍ରେନର କଳା ସାଗର ଉପଦ୍ୱୀପ କ୍ରିମିଆକୁ କବଜା କରିଥିଲା। ଏହାସହ ପୂର୍ବ ଓ ଦକ୍ଷିଣୀ ୟୁକ୍ରେନୀ ଅଞ୍ଚଳ ଡୋନେଟସ୍କ , ଲୁହାନସ୍କ , ଜାପୋରିଜ୍ଜିଆ ଓ ଖେରସାନ ଉପରେ ନିଜର ଦାବି କରିଛି , ଯାହାକୁ ତାର ସେନା ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ କରେ ନାହିଁ।

ରୁଷୀୟ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଯୁଦ୍ଧରେ ଆପୋଷ ଦାବିରେ ବିଚଳିତ ହୋଇ ନାହାନ୍ତି। ଏଥିରୁ ଆଶଙ୍କା ବଢିଛି ଯେ, ସେ ଟ୍ରମ୍ପଙ୍କ ସହ ବୈଠକର ବ୍ୟବହାର କିଭ୍‌କୁ ପ୍ରତିକୂଳ ଚୁକ୍ତିକୁ ସ୍ୱୀକାର କରିବା ପାଇଁ କରି ପାରନ୍ତି। ରୁଷ୍‌ର ଯେଉଁ ଦାବି ରହିଛି,ତାହା ସେହି ଲକ୍ଷ୍ୟ ଗୁଡ଼ିକୁ ପ୍ରାପ୍ତ କରିବାରେ ପୁଟିନଙ୍କ ଦୃଢ ସଙ୍କଳ୍ପକୁ ଦର୍ଶାଇ ଥାଏ,ଯାହା ସେ ୨୪ ଫେବ୍ରୁଆରୀ, ୨୦୨୨ରେ ୟୁକ୍ରେନ ଉପରେ ବଡ଼ ସ୍ତରରେ ଆକ୍ରମଣ ଆରମ୍ଭ କରିବା ସମୟରେ ସ୍ଥିର କରିଥିଲେ। ଟ୍ରମ୍ପଙ୍କ ସହ ବୈଠକକୁ ପିଟନ ଏକ ଏମିତି ଚୁକ୍ତିରେ କଥାବାର୍ତ୍ତା କରିବାର ଅବସର ଭାବେ ଦେଖନ୍ତି , ଯାହା କେବଳ ରୁଷ୍‌ର କ୍ଷେତ୍ରୀୟ ଲାଭାକୁ ମଜବୁତ କରିବନି, ଏହାସହ ୟୁକ୍ରେନକୁ ନାଟୋରେ ସାମିଲ ହେବା ଓ ଏହାକୁ କୌଣସି ପାଶ୍ଚାତ୍ୟ ସୈନ୍ୟଙ୍କୁ ଆତିଥ୍ୟ ଦେବାରେ ମଧ୍ୟ ବାଧା ଦେବ। ଏଥିରେ ରୁଷ୍‌କୁ ଧିରେ ଧିରେ ୟୁକ୍ରେନରେ ତାର ପ୍ରଭାବୀ କ୍ଷେତ୍ରକୁ ଫେରେଇ ଆଣିବାରେ ସାହାଯ୍ୟ ମିଳିବ।

Scroll to Top