ପିଲାଙ୍କୁ ବିଷ ଦେଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସପ୍ତାହ ତଳେ ସ୍ବାମୀ ମଧ୍ୟ ହାରିଥିଲେ ଜୀବନ

ପିଲାଙ୍କୁ-ବିଷ-ଦେଇ-ମହିଳାଙ୍କ-ଆତ୍ମହତ୍ୟା-ଉଦ୍ୟମ,-ସପ୍ତାହ-ତଳେ-ସ୍ବାମୀ-ମଧ୍ୟ-ହାରିଥିଲେ-ଜୀବନ

ପିଲାଙ୍କୁ ବିଷ ଦେଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସପ୍ତାହ ତଳେ ସ୍ବାମୀ ମଧ୍ୟ ହାରିଥିଲେ ଜୀବନ

Published By: Chikun – Prameya-News7 Bureau | November 22, 2025 11:20 PM

NEWS7

Malkangiri Katliguda Village.

ମାଲକାନଗିରି: ନିଜ ହାତରେ ପୁଅ-ଝିଅଙ୍କୁ ବିଷ ପିଆଇବା ସହ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି ମହିଳା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ, ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସଦର ଥାନା ଅନ୍ତର୍ଗତ କଟଲିଗୁଡ଼ା ଗ୍ରାମରେ।

ସୂଚନା ଅନୁସାରେ, ସପ୍ତାହ ତଳେ ମହିଳାଙ୍କ ସ୍ବାମୀ ମହେଶ୍ବର ସୋଡି କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଆଉ ଏବେ ତାଙ୍କ ପତ୍ନୀ ନିଜ ୨ ବର୍ଷର ପୁଅ ଓ ୧ ବର୍ଷର ଝିଅକୁ ବିଷାକ୍ତ କନିଅର ଫଳ ଦେଇ ନିଜେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହେଲେ ଏହା ତାଙ୍କ ସମ୍ପର୍କୀୟ ଦିଲୀପ ସୋଡି ଓ ଅନ୍ୟମାନେ ଜାଣିପାରି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି।

ତେବେ ଏହି ଘଟଣା ପଛରେ କଣ ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେମାନଙ୍କର ଚିକିତ୍ସା ଚାଲିଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡ଼ିଛି।

Scroll to Top