H

h

ରହସ୍ୟ ଘେରରେ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା। ଦେହ ଖରାପ ସତ୍ବେ ହ୍ୟୁମାନ କାହିଁକି ଷ୍ଟେଜ ଶୋ କରୁଥିଲେ ? କାହିଁକି ତାଙ୍କୁ ଡାକ୍ତର ନଦେଖାଇ ଅବହେଳା କରାଯାଉଥିଲା ?

author-image

Humane-Sagar-Complaint

Humane-Sagar-Complaint Photograph: (OTV)

ରହସ୍ୟ ଘେରରେ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା। ଦେହ ଖରାପ ସତ୍ବେ ହ୍ୟୁମାନ କାହିଁକି ଷ୍ଟେଜ ଶୋ କରୁଥିଲେ ? କାହିଁକି ତାଙ୍କୁ ଡାକ୍ତର ନଦେଖାଇ ଅବହେଳା କରାଯାଉଥିଲା ? ପଇସା ପାଇଁ ଜୋରଜବରଦସ୍ତ ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରାଯାଉଥିଲା କି ? ଏଭଳି ପ୍ରଶ୍ନ ଜାଲରେ ଛନ୍ଦି ହୋଇ ଉତ୍ତର ଖୋଜୁଛନ୍ତି ପ୍ରଶଂସକ। ତେବେ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ୨ ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କୁ ଅଭିଯୁକ୍ତ ବୋଲି କହିଥିଲେ ତାଙ୍କ ମାଆ ଶେଫାଳୀ। ଡରାଇ ଧମକାଇ ତାଙ୍କୁ ଷ୍ଟେଜ ଶୋ କରାଉଥିବା କଥା କହିଥିଲେ। ଏହାକୁ ଆଧାର କରି  ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗିର ଟାଉନ୍ ଥାନାରେ ଦାୟର ହୋଇଛି ଏତଲା। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ସନ୍ଦେହରେ ଲିଖିତ ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ। ପୋଲିସ ଏହାର ତଦନ୍ତ କରି ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ଉଠାଇବାକୁ ସେମାନେ ଦାବି କରିଛନ୍ତି।  

କେବଳ ସେତିକି ନୁହେଁ। ହ୍ୟୁମାନଙ୍କ ମୃତ୍ୟୁର କିଛି ସମୟ ପରେ ମ୍ୟାନେଜର ଦିନେଶ ହ୍ୟୁମାନଙ୍କ ମାଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ମାଆଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଧମକ ମଧ୍ୟ ଦେଉଛନ୍ତି ଦିନେଶ। ଯାହାଙ୍କ ପାଇଁ ତାଙ୍କ ପରିବାର ଚାଲୁଥିଲା, ଆଜି ତାଙ୍କ ମୃତ୍ୟୁ ପରେ ସମବେଦନା ବଦଳରେ ତାଙ୍କ ମାଆଙ୍କ ସହ ସେ ଅଭଦ୍ରାମୀ କରିଥିଲେ। ଯାହାକୁ ସଂଗଠନ ଦ୍ୱାରା ବିରୋଧ କରାଯାଇଛି। ଆଉ ଏନେଇ ପ୍ରଶାନ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି।

Scroll to Top