ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ, ବାଂଲାଦେଶୀଙ୍କୁ ଠାବ କରିବାକୁ ଡ୍ରୋନ୍ ମୁତୟନ
Published By: Ruby – Prameya-News7 Bureau | November 22, 2025 11:32 PM
NEWS7
ପଟ୍ଟାମୁଣ୍ଡାଇ ୨୨।୧୧: ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଜଗତସିଂହପୁର ଜିଲ୍ଲାରୁ ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଧରାପଡ଼ିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି । ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଗୁଡିକୁ ପୋଲିସ ଯାଞ୍ଚ କରୁଛି ।
ବଙ୍ଗୋପସାଗର ନିକଟ ତାଳଚୁଆ ଅଞ୍ଚଳରେ ତାଳଚୁଆ ମେରାଇନ୍ ଥାନା ପକ୍ଷରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିବା ଲାଗି ପାଟ୍ରୋଲିଂ ଜୋର୍ କରାଯିବା ସହ ଜେଟି ଅଞ୍ଚଳରେ ବ୍ଲକିଂ କରି ପରିଚୟ ଯାଞ୍ଚ କରୁଛି ପୋଲିସ l ଏଥିସହ ଆକାଶମାର୍ଗରୁ ୧୫ କି.ମି.ପରିଧି ଭିତରେ ଡ୍ରୋନ୍ ମାଧ୍ୟମରେ ତୀକ୍ଷ୍ଣ ନଜର ରଖିଛି ପୋଲିସ l ଯେଉଁଠି କିଛି ଅସାମାଜିକ ଗତିବିଧି ନଜର ଆସୁଛି ସଙ୍ଗେ ସଙ୍ଗେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଯାଉଛି l ଆକାଶମାର୍ଗରୁ ବାଂଲାଦେଶୀଙ୍କ ଉପରେ ନଜର ରଖାଯାଇଛି ।




