S

s

ଆଜି ଚତୁର୍ଥ ଦିନରେ ବି ସାଲିଆ ସାହିରେ ବୁଲିଛି ବୁଲଡୋଜର। ଅଧା ଭଙ୍ଗା ରହିଯାଇଥିବା ଘର ଗୁଡ଼ିକୁ ସଂପୂର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି। ଗତ ୩ ଦିନରେ ୫୬୨ଘର ଭାଙ୍ଗି ୮ରୁ ୧୨ଏକର ଜମି ଦଖଲକୁ ନେଇଛନ୍ତି ସରକାର।

author-image

SALIASAHI

SALIASAHI Photograph: (OTV)

ବକଟେ ଘର। ବାହାରୁ ଦେଖିଲେ ନୁଆଣିଆ ଛପର ଖଣ୍ଡେ। ହେଲେ ଭିତରୁ ଯେଉଁ ଜିନିଷପତ୍ର ବାହାରିଲା ଆଖି ତରାଟିଦେବା ଭଳି। ଦାମୀ ଫ୍ରିଜଠୁ ଆରମ୍ଭ କରି ପଲଙ୍କ, ୱାସିଂମେସିନ୍, କୁଲର, ଏସି ଏମିତି କେତେକଣ। ବିଜୁଳି, ପାଣି ଯୋଗାଣ ସହିତ ଇଣ୍ଟରନେଟ୍ କନେକ୍ସନ ବି ହୋଇଥିଲା । ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ବେଳେ ଏସବୁ ଜିନିଷ ଦେଖି ସମସ୍ତେ ତାଟକା। ବସ୍ତିରେ ଚାଲିଥିଲା ସୌଖୀନ ଜୀବନଯାପନ। ଗରିବ, ଦିନମଜୁରିଆ ରହୁଥିବା ବସ୍ତିରେ ଏଭଳି ଦାମୀ ଜିନିଷ କୁଆଡ଼ୁ ଆସିଲା ତାକୁ ନେଇ ପ୍ରଶ୍ନ। ସତରେ କଣ ମାଟିରେ ମିଶିଥିବା ଘରେ ଖଟିଖିଆ ରହୁଥିଲେ ? ନା ବସ୍ତିରେ ମାଡ଼ିବସି ଆଉ କିଏ ସୌଖିନ ଜୀବନ ବିତାଉଥିଲା ? କୁହାଯାଉଛି, ଭଡ଼ାରେ ଲାଗିଛି ସାଲିଆ ସାହି ଘର। କବଜା କରିଛନ୍ତି ଦଲାଲ, କୁଜି ନେତା, କର୍ପୋରେଟରଙ୍କ ସହ ଅନେକ ସରକାରୀ ଚାକିରିଆ। ଏପରିକି କିଛି ପୋଲିସ କର୍ମଚାରୀ ବି ଘର ଭଡ଼ାରେ ଦେଇ ମାସିକ ଅଢେଇ ହଜାରରୁ ୫ହଜାର ପର୍ଯ୍ୟନ୍ତ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏସବୁ କିଏ ଓ କାହା ଛତ୍ରଛାୟାରେ ଚାଲୁଥିଲା ସେନେଇ ତଦନ୍ତ କରିବାକୁ ଦାବି ହୋଇଛି।… 

ଏପଟେ ଆଜି ଚତୁର୍ଥ ଦିନରେ ବି ସାଲିଆ ସାହିରେ ବୁଲିଛି ବୁଲଡୋଜର। ଅଧା ଭଙ୍ଗା ରହିଯାଇଥିବା ଘର ଗୁଡ଼ିକୁ ସଂପୂର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି। ଗତ ୩ ଦିନରେ ୫୬୨ଘର ଭାଙ୍ଗି ୮ରୁ ୧୨ଏକର ଜମି ଦଖଲକୁ ନେଇଛନ୍ତି ସରକାର। ଖେଳପଡ଼ିଆ ଚାରି ପାଖକୁ ତାରବାଡ ବୁଲାଇ ଜବରଦଖଲ ନହେବାକୁ ଧ୍ୟାନ ଦିଆଯାଇଛି। ଉଚ୍ଛେଦଙ୍କ ଭିତରୁ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଇ ଥଇଥାନ କରାଯାଉଛି। କିଛି ଲୋକଙ୍କୁ ଟ୍ରାଞ୍ଜିଟ୍ ହାଉସରେ ରଖାଯାଇଛି।…

 ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ସମାନ୍ତରାଳ ରୁଟ୍ ନିର୍ମାଣ ପାଇଁ ବାଧା ସାଜୁଥିଲେ ସାଲିଆସାହି ବସ୍ତିର କିଛି ଜବରଦଖଲକାରୀ। ଏବେ ଉଚ୍ଛେଦ ସରିଥିବାବେଲେ ମାସେ ଭିତରେ ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।.

Scroll to Top