E

e

ହିନ୍ଦୋଳ ସବ୍ -ଟ୍ରେଜେରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ସରକାରୀ ଟଙ୍କା ଆତ୍ମସାତ କରି ଗିରଫ ହୋଇଛନ୍ତି। ୬୮.୮୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।

author-image

Ex-Senior Clerk Arrested

Ex-Senior Clerk Arrested Photograph: (OTV)

ସରକାରୀ ଟଙ୍କା ଆତ୍ମସାତ କରି ବନ୍ଧା ହେଲେ ବରିଷ୍ଠ କିରାଣି। ହିନ୍ଦୋଳର ସବ୍- ଟ୍ରେଜେରିର ପୂର୍ବତନ ବରିଷ୍ଟ କିରାଣୀ ମନୋଜରଞ୍ଜନ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ପ୍ରାୟ ୬୮ଲକ୍ଷ ୮୫ ହଜାର ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କିରଛି। 
ସେ ଲୋକଙ୍କ ପେନସନ ଟଙ୍କା ହଡପ କରିନେଇଥିଲେ। ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ନିଜ ଆକାଉଣ୍ଟ ଓ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟ ଟ୍ରାନ୍ସଫର କରିଥିବା ଅଭିଯୋଗ ଥିଲା। ସେ ଗତ ଦୁଇ ବର୍ଷ ହେଲା ଫେରାର ଥିଲେ। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। 
କଟକ ଭିଜିଲାନ୍ସରେ ପକ୍ଷରୁ ମନୋଜରଞ୍ଜନ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇ ଗିରଫ ପରେ ତାଙ୍କୁ ଢ଼େଙ୍କନାଲ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ପୂରା ମାମଲାର ତଦନ୍ତ ଜାରି ରହିଛି।
•    ସରକାରୀ ଟଙ୍କା ଖାଇ ବନ୍ଧା ହେଲେ କିରାଣି
•    ସରକାରୀ ଟଙ୍କା ଆତ୍ମସାତ କରି ଗିରଫ ହେଲେ ବରିଷ୍ଠ କିରାଣି
•    ହିନ୍ଦୋଳ ସବ୍ -ଟ୍ରେଜେରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ
•    ୬୮.୮୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
•    ଲୋକଙ୍କ ପେନସନ୍ ଟଙ୍କା ହଡପ କରି ନେଇଥିବା ଅଭିଯୋଗ

Scroll to Top