୨୭ରୁ ବିଧାନସଭା ଶୀତ ଅଧିବେଶନ, ୨୬ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
Published By: Kirti – Prameya-News7 Bureau | November 22, 2025 10:36 AM
NEWS7
ଭୁବନେଶ୍ୱର ୨୨।୧୧ : ଆସନ୍ତା ୨୬ରେ ବସିବ ସର୍ବଦଳୀୟ ବୈଠକ । ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ସମସ୍ତ ଦଳର ନେତାମାନେ ସାମିଲ ହେବାକୁ ବାଚସ୍ପତିଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।
ଖବର ଅନୁଯାୟୀ, ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ଯାହା ଡିସେମ୍ବର ୩୧ ଯାଏଁ ଚାଲିବ । ତେବେ ଚଳିତ ବିଧାନସଭାର ଶୀତ ଅଧିବେଶନକୁ କିପରି ସୁଚାରି ରୂପେ ଚଲାଇବ । ସେଥିପାଇଁ ଆସନ୍ତା ୨୬ରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସମସ୍ତ ଦଳର ନେତା ସାମିଲ ହେବେ ।




