ଜାହାନିଆ ସମୁଦ୍ର କୂଳରେ ଶୋଇଛି କୁମ୍ଭୀର, ଭୟଭୀତ ସ୍ଥାନୀୟବାସିନ୍ଦା

ଜାହାନିଆ-ସମୁଦ୍ର-କୂଳରେ-ଶୋଇଛି-କୁମ୍ଭୀର,-ଭୟଭୀତ-ସ୍ଥାନୀୟବାସିନ୍ଦା

ଜାହାନିଆ ସମୁଦ୍ର କୂଳରେ ଶୋଇଛି କୁମ୍ଭୀର, ଭୟଭୀତ ସ୍ଥାନୀୟବାସିନ୍ଦା

Published By: Kirti – Prameya-News7 Bureau | November 22, 2025 09:22 AM

NEWS7

crocodile

କୋଣାର୍କ ୨୨।୧୧: ଅସ୍ତରଙ୍ଗ ସମୁଦ୍ର କୂଳରେ କୁମ୍ଭୀର ଆତଙ୍କ। ସମୁଦ୍ର କୂଳରେ କୁମ୍ଭୀର ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବେଳାଭୂମି ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ ଏହି ଦୃଶ୍ୟ ମୋବାଇଲରେ କଏଦ କରି ସୋସିଆଲ ମିଡ଼ିଆ ଏବଂ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ପାଖକୁ ପଠାଇ ଥିଲେ। ଅସ୍ତରଙ୍ଗ ଜାହାନିଆ ପୀଠ ଏକ ପର୍ଯ୍ୟଟନ ସ୍ଥଳୀ । ପ୍ରତି ଦିନ ଏହି ପୀଠକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିବା ସହ ସମୁଦ୍ରରେ ସ୍ନାନ କରିଥାନ୍ତି । ତେଣୁ କୁମ୍ଭୀର ଦେଖିବାକୁ ମିଳିଥିବା ବେଳେ ଏ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Scroll to Top