ପଲାଶଙ୍କ ସହ ସାତଫେରା ନେବେ ସ୍ମୃତି ମନ୍ଧାନା, ହଳଦୀ ସେରେମନିରେ ଶାଶୂଘର ଲୋକଙ୍କ ସହ କଲେ ଜବରଦସ୍ତ ଡ୍ୟାନ୍ସ

ପଲାଶଙ୍କ-ସହ-ସାତଫେରା-ନେବେ-ସ୍ମୃତି-ମନ୍ଧାନା,-ହଳଦୀ-ସେରେମନିରେ-ଶାଶୂଘର-ଲୋକଙ୍କ-ସହ-କଲେ-ଜବରଦସ୍ତ-ଡ୍ୟାନ୍ସ

ମୁମ୍ଵାଇ ୨୨।୧୧; ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହର ରୀତିନୀତି ହଳଦୀ ସେରେମନିରୁ ଆରମ୍ଭ ହୋଇଥିଲା। ଏହି କପଲ ନଭେମ୍ବର ୨୩ ତାରିଖରେ ଇନ୍ଦୋରରେ ବିବାହ କରିବାକୁ ଯାଉଛନ୍ତି। ଏହି ଫଙ୍କସନରେ ପରିବାର, ଘନିଷ୍ଠ ବନ୍ଧୁ ଏବଂ ମନ୍ଧାନାଙ୍କ କ୍ରିକେଟ୍ ସାଥୀମାନେ ଉତ୍ସବରେ ଯୋଗ ଦେଇଥିଲେ। ଉକ୍ତ ସ୍ଥାନଟିକୁ ହଳଦିଆ ରଙ୍ଗରେ ସଜାଯାଇଥିଲା। ଏହି ଉତ୍ସବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Women’s team members in Smriti Mandhana wedding#TeamIndia pic.twitter.com/L0SJ3jbtTn

— Vishal kr (@vishal_kr_31) November 21, 2025

ମନ୍ଧାନା ଓ ତାଙ୍କ ଭାବୀ ସ୍ଵାମୀ ମଧ୍ୟ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ। ସେମାନଙ୍କ ସହିତ ଡ୍ୟାନ୍ସ କରୁ୍ଥିବାର ଦେଖିବାକୁ ମିଳିଥିଲେ । ଯାହାର ଫଟୋ-ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସମସ୍ତ ବଲିଉଡ୍ ଗୀତରେ ତାଳେ ତାଳଏ ନାଚୁଥିବାର ଦେଖିବାକୁ ମିଳିଛି । ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସ୍ମୃତିଙ୍କ ହଳଦୀ ସେଲିବ୍ରେସନ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଉତ୍ସବରେ ଅଂଶଗ୍ରହଣ କରିଥିଲା। ଅନେକ ସାଥୀ ଖେଳାଳି ମନ୍ଧାନାଙ୍କ ସହିତ ଡ୍ୟାନ୍ସ କରିଥିଲେ।

Palash Muchhal–Smriti Mandhana wedding begins with their haldi ceremony😍❤️ pic.twitter.com/5cNhOsoCtb

— JosD92 (@JosD92official) November 21, 2025

ଶେଫାଲି ବର୍ମା, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ରେଣୁକା ସିଂହ ଠାକୁର, ରାଧା ଯାଦବ, ରିଚା ଘୋଷ ଏବଂ ଜେମିମା ରୋଡ୍ରିଗ୍ସ ‘ଟିମ୍ ଦୁଲହନ୍’ ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ପଲାଶ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଉପସ୍ଥିତି ସମାରୋହକୁ ଆହୁରି ରୋମାଞ୍ଚକର କରିଥିଲା। ଅନ୍ୟପଟେ ପଲକ ମୁଚ୍ଛଲ ମଧ୍ୟ ଭାଇ ପଲାଶଙ୍କ ବିବାହକୁ ନେଇ ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା । ପଲକ ସ୍ଵାମୀ ମିଥୁନଙ୍କ ସହ ବର-କନ୍ୟାଙ୍କୁ ହଳଦୀ ଲଗାଇଥିଲେ । ଏତିକି ନୁହେଁ ପଲାଶ-ସ୍ମୃତିଙ୍କ ସହ ଉଭୟ ପରିବାର ବହୁତ ଖୁସି ଥିବା ଦେଖିବାକୁ ମିଳିଛି ।

Scroll to Top