ଜୟଆଲୁକ୍କାସର ବ୍ରିଲିଆନ୍ସ ଡାଇମଣ୍ଡ ଜୁଏଲାରୀ ଶୋ’, ଲକ୍ଷେ ଟଙ୍କାରୁ ଅଧିକ ମୂଲ୍ୟର ହୀରା ଗହଣା କିଣାରେ ମିଳିବ ଆକର୍ଷଣୀୟ ଗୋଲ୍ଡ କଏନ
Published By: Chikun – Prameya-News7 Bureau | November 21, 2025 11:06 PM
NEWS7
ଭୁବନେଶ୍ବର: ଭୁବନେଶ୍ୱର ସହିଦ ନଗର ସ୍ଥିତ ଜୟଆଲୁକ୍କାସର ବ୍ରିଲିଆନ୍ସ ଡାଇମଣ୍ଡ ଜୁଏଲାରୀ ଶୋ’ ପ୍ରଦର୍ଶନୀ ଅନୁଷ୍ଠିତ। ଏହି ନୂଆ କଲେକ୍ସନରେ ଗ୍ରାହକଙ୍କୁ ବାହାଘର ଶୃଙ୍ଗାର ଠାରୁ ଆରମ୍ଭ କରି ପାରମ୍ପାରିକ ଆଧୁନିକତା ସମସ୍ତ ଡିଜାଇନ ରହିଛି।ଶୁକ୍ରବାର ଆରମ୍ଭ ହୋଇଥିବା ଏହି ଶୋ’ରେ ମଡେଲମାନେ ଜୟଆଲୁକ୍କାସ ଉତ୍କୃଷ୍ଟ ହୀରାରେ ତିଆରି ବିଭିନ୍ନ ଡିଜାଇନର ଗହଣା ପିନ୍ଧି ଏହାକୁ ପ୍ରଦର୍ଶନ କରିଥିଲେ।
ତେବେ ଏହି ବ୍ରିଲିଆନ୍ସ ଡାଇମଣ୍ଡ ଜୁଏଲରୀ ସୋ ପ୍ରଦର୍ଶନୀ ଡିସେମ୍ବର ୭ ଯାଏ ଚାଲିବ। ଏହି ବ୍ରିଲିଆନ୍ସ ଡାଇମଣ୍ଡ ଜୁଏଲାରରୀ ପ୍ରଦର୍ଶନୀ ସମୟରେ ଯେଉଁ ଗ୍ରାହକମାନେ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଡାଇମଣ୍ଡ ଗହଣା କିଣିବେ ତାଙ୍କୁ ଏକ ଗୋଲ୍ଡ କଏନ ପୁରସ୍କାର ମିଳିବ ବୋଲି କହିଛନ୍ତି ଜୟଆଲୁକ୍କାସ ଶୋ’ରୁମ୍ର ଫ୍ଲୋର ମ୍ୟାନେଜର ସତ୍ୟବ୍ରତ ଭଞ୍ଜ।




