ସୋର ମ୍ୟୁନିସିପାଲିଟିର ୬ ଜଣ ବିଜେପି କାଉନ୍ସିଲରଙ୍କ ସଦସ୍ୟତା ରଦ୍ଦ, ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ ଦେଇଥିଲେ ବିଜେଡିରେ

ସୋର-ମ୍ୟୁନିସିପାଲିଟିର-୬-ଜଣ-ବିଜେପି-କାଉନ୍ସିଲରଙ୍କ-ସଦସ୍ୟତା-ରଦ୍ଦ,-ସାଧାରଣ-ନିର୍ବାଚନ-ପୂର୍ବରୁ-ଯୋଗ-ଦେଇଥିଲେ-ବିଜେଡିରେ

ଭୁବନେଶ୍ବର: ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୋର ମ୍ୟୁନିସିପାଲିଟିର ସଦସ୍ୟତା ରଦ୍ଦ କଲେ ରାଜ୍ୟ ନିର୍ବାଚନ କମିଶନ। ସୋର ମ୍ୟୁନିସିପାଲିଟିର ୬ ଜଣ ବିଜେପି କାଉନ୍ସିଲର୍ ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ଏମିତିରେ ଦଳ ବଦଳ ଆଇନ ବଳରେ ଉକ୍ତ ୬ ଜଣ କାଉନସିଲର୍ଙ୍କ ସଦସ୍ୟତା ରଦ୍ଦ ପାଇଁ ଗତ ୩ ଜୁନ୍ ୨୦୨୪ରେ ବିଜେପି ତରଫରୁ ନଳିନୀକାନ୍ତ ମହାପାତ୍ର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଆଉ ଶୁକ୍ରବାର ଏହି ଅଭିଯୋଗର ଶୁଣାଣି ପରେ ମାନ୍ୟବର ରାଜ୍ୟ ନିର୍ବାଚନ କମିଶନ ଚୂଡ଼ାନ୍ତ ରାୟ ପ୍ରକାଶ କରି ଉକ୍ତ ୬ ଜଣଙ୍କର ସଦସ୍ୟତା ରଦ୍ଦ କରିଛନ୍ତି।

ଏହି ୬ ଜଣ ହେଲେ ଓ୍ବାର୍ଡ ନଂ ୩ର ସସ୍ମିତା ଦାସ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷା, ଓ୍ବାର୍ଡ ନଂ ୧ର ଉର୍ମିଳା ରାଉତ, ଓ୍ବାର୍ଡ ନଂ ୨ର ରୀନା ରାଣୀ ସେଠୀ, ଓ୍ବାର୍ଡ ନଂ ୮ର ପବିତ୍ର ସେଠୀ, ଓ୍ବାର୍ଡ ନଂ ୯ର ରଞ୍ଜନ କୁମାର ଦାସ ଏବଂ ଓ୍ବାର୍ଡ ନଂ ୧୪ର ତନୟାରାଣୀ ମହାପାତ୍ର।

Scroll to Top