ଆମେରିକା ଉତକିଆଗଭିକ୍ ରେ ଆରମ୍ଭ ହେଲା ‘ପୋଲାର ନାଇଟ୍’, ୬୫ ଦିନ ପରେ ଉଦୟ ହେବ ସୂର୍ଯ୍ୟ

ଆମେରିକା-ଉତକିଆଗଭିକ୍-ରେ-ଆରମ୍ଭ-ହେଲା-‘ପୋଲାର-ନାଇଟ୍’,-୬୫-ଦିନ-ପରେ-ଉଦୟ-ହେବ-ସୂର୍ଯ୍ୟ

ଆଲାସ୍କା ୨୧।୧୧: ଆମେରିକା ଆଲାସ୍କାର ଉତକିୟାଗଭିକ୍ ସହରରେ ୧୮ ନଭେମ୍ବର ମଙ୍ଗଳବାର ବର୍ଷର ଶେଷ ସୂର୍ଯ୍ୟାସ୍ତ ହୋଇଛି ଓ ସମ୍ପୂର୍ଣ୍ଣ ସହର ‘ପୋଲାର ନାଇଟ୍’କୁ ପ୍ରବେଶ କରିଛି। ଏଠାରେ ଦିନେ କି ମାସେ ନୁହେଁ ପୁରା ୬୫ ଦିନ ପରେ ଅର୍ଥାତ ୨୨ଜାନୁୟାରୀ ୨୦୨୬ରେ ପୁଣି ସୂର୍ଯ୍ୟୋଦୟ ହେବ ବୋଲି ଆଶା କରାଯାଉଛି।ପୋଲାର ନାଇଟ୍ ରେ ପାଖାପାଖି ୬୫ ଦିନ ଧରି ସିଧାସଳଖ ସୂର୍ଯ୍ୟକିରଣ ପଡିନଥାଏ। ଏହି ଅଞ୍ଚଳର ଜନସଂଖ୍ୟା ପାଖାପାଖି ୪ ହଜାର ୬୦୦ରୁ ଟିକେ ବେଶି।

ଆର୍କଟିକ୍ ସର୍କଲରୁ ପାଖାପାଖି ୪୮୩ କିଲୋମିଟର ଉତ୍ତର ଦିଗରେ ଅବସ୍ଥିତ ଆମେରିକାର ଏହି ସବୁଠୁ ଉତ୍ତରରେ ରହୁଥିବା ଅଞ୍ଚଳ ଏବେ ଦୀର୍ଘ ଅନ୍ଧକାରରେ ଆଛାଦିତ ହୋଇ ରହିବ। ସେପ୍ଟେମ୍ବର ଓ ମାର୍ଚ୍ଚର ବିଷୁବ (ଇକ୍ୱେନିକ୍ସ) କାଳରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଠୁ ଦୂରରେ ଅଣେଇ ହୋଇ ରହେ। ଏଣୁ ଉତ୍ତର ଅକ୍ଷାଂଶରେ ଦିନର ଆଲୋକ ଧିରେ ଧିରେ କମ ହୋଇଯାଏ ଓ ଡିସେମ୍ବର ସଂକ୍ରାନ୍ତି ପାଖାପାଖି ସମୟରେ ଏହା ଘନ ଅନ୍ଧକାରକୁ ଚାଲି ଯାଏ। ଏହି ସମ୍ପୂର୍ଣ୍ଣ ସମୟରେ ଦକ୍ଷିଣ ଦିଗବଳୟରେ କେବଳ ହାଲୁକା ସୂର୍ଯ୍ୟ କିରଣ ଦେଖାଯାଏ। ଏଥିରେ କେବେ କେବେ ଆକାଶରେ ଦେଖାଯାଉଥିବା ଓରରା ବୋରେଲିସ୍ (ଉତ୍ତର ଆଲୋକ) ସାମାନ୍ୟ ଚମକି ଥାଏ।

୬୫ ଦିନିଆ ପୋଲାର ନାଇଟ୍ କାଳରେ ପରିସ୍ଥିତି ବହୁତ କଠିନ ହୋଇପଡେ। ଏହି ସମୟରେ ତାପମାତ୍ରା ପ୍ରାୟତଃ ଶୁନ ଡିଗ୍ରିରୁ ତଳକୁ ଚାଲିଯାଏ। ସୂର୍ଯ୍ୟାଲୋକ ଅଭାବ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦିନଚର୍ଯ୍ୟାକୁ ପ୍ରଭାବିତ କରେ। ତେବେ ଏହି ଅନ୍ଧକାର କେବଳ ଏକ ପର୍ଯ୍ୟାୟ, ଯେପରି ବସନ୍ତ ଋତୁର ଆଗମନ ହୁଏ ଦିନର ଆଲୋକ ଧିରେ ଧିରେ ଫେରି ଆସେ ଓ ମେ ମାସ ମଝି ବେଳକୁ ପରିସ୍ଥିତି ପୁରା ଓଲଟା ହୋଇଯାଏ ଅର୍ଥାତ ଏଠାରେ ସୂର୍ଯ୍ୟାସ୍ତ ହିଁ ହୁଏନି। ମେରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏଠାରେ ରାତି ହୁଏନି। ଏହି ସମୟରେ ଉତକିୟାଗିଭରେ ଗ୍ରୀଷ୍ମ ଋତୁ ହୋଇଥାଏ, ଯାହା ଦୀର୍ଘ ଶୀତ ରାତିର ସମ୍ପୂର୍ଣ୍ଣ ଓଲଟା।

ଆଲାସ୍କା ଆର୍କଟିକ୍ ସର୍କଲର ବହୁତ ଗଭୀରତାରେ ଅବସ୍ଥିତ। ଏଠାରେ ଶୀତ ଋତୁରେ ପୃଥିବୀ ଅଣେଇ ହେଲେ ସୂର୍ଯ୍ୟ ଏତେ ତଳକୁ ଚାଲି ଯାଆନ୍ତି ଯେ ସେ ଦୀର୍ଘ ସପ୍ତାହ ପର୍ଯ୍ୟନ୍ତ ଦିଗବଳୟର ତଳେ ରହନ୍ତି। ଏହି ଦୀର୍ଘ ଅନ୍ଧକାରଛନ୍ନ ସମୟକୁ ଏଠାରେ ପୋଲାର ନାଇଟ୍ କୁହାଯାଏ। ଏହି ଘଟଣା ଦକ୍ଷିଣ ଗୋଲାର୍ଦ୍ଧରେ ମଧ୍ୟ ହୁଏ, ହେଲେ ଏଠାରେ ଏହା ଆହୁରି ନାଟକୀୟ ହୋଇଥାଏ। ଆର୍କଟିକ୍ (ଉତ୍ତର ଧ୍ରୁବ-ଉତ୍ତର ଋଷିଆ ଓ ନର୍ଡିକ୍ ଦେଶଙ୍କ ଉପର ଅଞ୍ଚଳ) କିଛି ସପ୍ତାହ ଅନ୍ଧାରରେ ରହିଥାଏ, ହେଲେ ଏହି ସମୟରେ ଦକ୍ଷିଣ ଧ୍ରୁବରେ ଗୋଟିଏ ରାତି ପାଖାପାଖି ୬ ମାସ ଦୀର୍ଘ ହୋଇଥାଏ।

କାରଣ ଏହା ପୃଥିବୀର ଠିକ୍ ସେହି ବିନ୍ଦୁରେ ରହିଥାଏ ଯେଉଁଠି ପୃଥିବୀ ଅଣେଇ ହେବାର ପ୍ରଭାବ ସବୁଠୁ ଅଧିକ ହୋଇଥାଏ। ଏଣୁ ଆର୍କଟିକ୍ ଅନ୍ଧକାରରେ ଥିବା ବେଳେ ଦକ୍ଷିଣ ଧ୍ରୁବ ଲଗାତାର ସୂର୍ଯ୍ୟ ଚମକି ଥାଏ। ସେତେବେଳେ ଦକ୍ଷିଣ ଧ୍ରୁବ ତାର ଅଧ ବର୍ଷ ଦୀର୍ଘ ରାତିରେ ପ୍ରବେଶ କରିଥାଏ।

Scroll to Top