ଆଠଗଡ଼ ବିଜେପିର ମିଶ୍ରଣ ପର୍ବ : ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

ଆଠଗଡ଼-ବିଜେପିର-ମିଶ୍ରଣ-ପର୍ବ-:-ବିଜେଡି-ଓ-କଂଗ୍ରେସ-ଛାଡ଼ି-ବିଜେପିରେ-ମିଶିଲେ-ଶତାଧିକ-କର୍ମୀ

ଆଠଗଡ଼ ବିଜେପିର ମିଶ୍ରଣ ପର୍ବ : ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

Published By: Ruby – Prameya-News7 Bureau | November 21, 2025 12:34 PM

NEWS7

BJP

ଆଠଗଡ଼ ୧୧: ଆଠଗଡ଼ ବିଜେପିର ମିଶ୍ରଣ ପର୍ବ । ଆଠଗଡ଼ ନିର୍ବାଚନ ମଣ୍ଡଳୀ ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଯୋରନ୍ଦା ଏବଂ ବଡ଼ଭୂଇଁ ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ମାନେ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି । ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ସେମାନେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

​​​​​​​

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଉପରେ ଭରଷା କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ  ଦଳରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି । ଏହି କାର୍ଯ୍ୟକର୍ତ୍ତା ମାନଙ୍କ ଯୋଗଦାନ ଆଗାମୀ ଦିନରେ ବିଜେପିକୁ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ସୁଦୃଢ଼ କରିବ ବୋଲି ବିଜେପି ନେତା କହିଛନ୍ତି । 

Scroll to Top