ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ଦାମୀ କାରଠୁ ନେଇ ନକଲି କାଗଜପତ୍ର ଜବତ

ନକଲି-ପୋଲିସକୁ-ଧରିଲା-ଅସଲି-ପୋଲିସ,-ଦାମୀ-କାରଠୁ-ନେଇ-ନକଲି-କାଗଜପତ୍ର-ଜବତ

ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ଦାମୀ କାରଠୁ ନେଇ ନକଲି କାଗଜପତ୍ର ଜବତ

Published By: Deepak – Prameya-News7 Bureau | November 20, 2025 11:25 PM

NEWS7

Balipatana

ବାଲିପାଟଣା: ଅସଲି ପୋଲିସ ହାତରେ ଧରା ପଡ଼ିଲା ନକଲି ପୋଲିସ। ଏମିତି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କମିଶନରେଟ ପୋଲିସର ବାଲିପାଟଣା ଥାନା ଅଞ୍ଚଳରେ। ଏଠାକାର ବନମାଳୀପୁର ଫାଣ୍ଡି ପୋଲିସ ଜଣେ ନକଲି ପୋଲିସକୁ ଅଟକ ରଖିଛି | ପୋଲିସ ପୋଷାକରେ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ଯୁବକ ଜଣଙ୍କ ବୁଲୁଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ହାବୁଡ଼ରେ ପଡିଥିଲା | ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ନକଲି ପୁଲିସ ବେଶରେ ଥିବା ଯୁବକ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କରଡା ବଣି ଗ୍ରାମର। ତାଙ୍କ ନାଁ ତପସିନୀ ନାୟକ | ତାଙ୍କ ନିକଟରୁ ଏକ ଦାମୀ କାର , ଆଧାର କାର୍ଡ , ନକଲି ପ୍ରଣାମ ପତ୍ର , ବିଭିନ୍ନ କାଗଜ ସହ ପୋଲିସ ପୋଷାକ, ଜୋତା ପ୍ରଭୃତି ପୋଲିସ ଜବତ କରିଛି | ଗିରଫ ନକଲି ପୋଲିସ କେଉଁ ଉଦ୍ଦେଶ୍ୟରେ ଏହି ଅଞ୍ଚଳରେ ବୁଲୁଥିଲା ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି |

Scroll to Top