H

h

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ। ନିଜେ ଚାଲିଗଲେ, ଯାତ୍ରୀଙ୍କୁ ବଞ୍ଚାଇ ଦେଲେ। ବିଜୟନଗରମରୁ ମାଲକାନଗିରି ଆସୁଥିବା OSRTC ବସ୍ ଡ୍ରାଇଭର ପି.ସାଇକୃଷ୍ଣ କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତାକଡରେ ବସ ଟିକୁ ରଖିଦେଇ ଥିଲେ।

author-image

heart attack

heart attack Photograph: (OTV)

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ। ନିଜେ ଚାଲିଗଲେ, ଯାତ୍ରୀଙ୍କୁ ବଞ୍ଚାଇ ଦେଲେ। ବିଜୟନଗରମରୁ ମାଲକାନଗିରି ଆସୁଥିବା OSRTC ବସ୍ ଡ୍ରାଇଭର ପି.ସାଇକୃଷ୍ଣ କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତାକଡରେ ବସ ଟିକୁ ରଖିଦେଇ ଥିଲେ। ଅନ୍ୟ ଜଣେ ଅତିରିକ୍ତ ଡ୍ରାଇଭର୍ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ସୂଚନା ପାଇବା ପରେ କୋରାପୁଟ ଆସିବା ପରେ ତୁରନ୍ତ କଣ୍ଡକ୍ଟର ଅଟୋ ସାହାଯ୍ୟରେ ମେଡ଼ିକାଲ କଲେଜକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରଙ୍କ ଘର ମାଲକାନଗିରି ହୋଇଥିବା ସୂଚନା। ବସରେ ଯାତ୍ରା କରୁଥିବା ୨୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଗତ କିଛି ଦିନ ତଳେ ଭୁବନେଶ୍ୱରରୁ ସୋରଡା ଯାଉଥିବା ବିଶାଖା ବସ୍‌ର ଯାତ୍ରୀମାନଙ୍କ ସହ ଘଟିଥିଲା କିଛି ଏପରି ଘଟଣା । ବସ୍‌ ଚାଲୁଥିବା ବେଳେ ଅଚାନକ ଡ୍ରାଇଭରଙ୍କ ହାର୍ଟଆଟାକ୍ ଆସିଥିଲା । ହେଲେ ଡ୍ରାଇଭର ଜଣକ ସିନା ନିଜେ ଚାଲିଗଲେ, କିନ୍ତୁ ନିଜର ଉପସ୍ଥିତି ବୁଦ୍ଧି ବଦଳରେ ବଞ୍ଚାଇ ଦେଇଥିଲେ ୫୦ ଯାତ୍ରୀଙ୍କ ଜୀବନ । 

ବିଶାଖା ବସ୍‌ ଭୁବନେଶ୍ୱରରୁ ସୋରଡା ଯାଉଥିବା ବେଳେ ଖୋର୍ଦ୍ଧା ବୋଲଗଡଠାରେ ଅସୁସ୍ଥତା ଅନୁଭବ କରିଥିଲେ ଡ୍ରାଇଭର୍ । ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତୁରନ୍ତ ସେ ରାସ୍ତାକଡରେ ବସ୍‌ ଅଟକାଇ ଦେଇଥିଲେ । ଆଉ ସାଙ୍ଗେ ସାଙ୍ଗେ ଅଚେତ୍ ହୋଇଯାଇଥିଲେ । ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ବୋଲଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ଚାଲିଯାଇଥିଲେ ଜୀବନ ।

Scroll to Top