O

o

ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର। ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର। ଏ ନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ୧୪ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯିବ।

author-image

LOW-BUDGET-HOME-AT-BBSR

LOW-BUDGET-HOME-AT-BBSR Photograph: (OTV)

ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର। ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର। ଏ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ୧୪ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯିବ। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି। ଏହି ଘରଗୁଡ଼ିକ ଟୁ ବିଏଚ୍ କେ ରହିଛି। ସରକାର ଏଣିକି ଲୋ କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ। ପ୍ରାଥମିକ ଭାବେ ଏହି ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ। ପରେ  ନିମ୍ନ ଆୟକାରୀଙ୍କୁ ଘର ମିଳିବ। ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।…

କମ ମୂଲ୍ୟରେ ଘର ମିଳିବା ନେଇ ମନ୍ତ୍ରୀଙ୍କ ସୂଚନାପରେ ସରକାରଙ୍କ ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି ରାଜଧାନୀ ବିସିନ୍ଦା । କିନ୍ତୁ ଉପଯୁକ୍ତ ଯାଂଚ କରି ଘର ଦିଆଯିବା ଉଚିତ୍ । ତାହା ନହେଲେ ଥିଲା ବାଲା ପାଇବେ। କିଛି ମୃଷ୍ଟିମେୟ ଲୋକ ଏହି ଘର ହାତେଇବାରେ ସଫଳ ହେବେ । ସେପଟେ ଅର୍ବାନ ପ୍ଲାନରଙ୍କ କହିବା କଥା, କମ ମୂଲ୍ୟରେ ଘର ଯୋଗାଇବା ପୂର୍ବରୁ ପ୍ରଥମେ ସରକାର ଅର୍ବାନ ପ୍ଲାନର ନିଯୁକ୍ତ କରିବା ଉଚିତ୍ । ତାହା ନହେଲେ ଉପଯୁକ୍ତ ପ୍ଲାନିଂ ହୋଇପାରିବନି । ନହେଲେ ଚାଇନା ଭଳି କେବଳ ଘର ପରେ ଘର ତିଆରି ହୋଇପଡିଥିବ । ହେଲେ ଉପଯୁକ୍ତ ଲୋକ ଘର ପାଇବାରୁ ବଞ୍ଚିତ ହେବେ । 

ତେବେ କେବେସୁଦ୍ଧା ଏହି ପକ୍ରୀୟା ଆରମ୍ଭ ହେବ ଏବଂ କେମିତି ଲଟେରି କରାଯାଇ ଉପଯୁକ୍ତ ଲୋକଙ୍କୁ ଘର ଯୋଗାଇ ଦିଆଯିବ ତାକୁ ନେଇ ଅପେକ୍ଷା। 

‘ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର’
ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର
ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
୧୪ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯିବ କହିଲେ
‘ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି’
ଏହି ଘରଗୁଡ଼ିକ ଟୁ ବିଏଚ୍ କେ ରହିଛି- କୃଷ୍ଣଚନ୍ଦ୍ର ମହାପାତ୍ର
‘ସରକାର ଏଣିକି ଲୋ କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ’
‘ପ୍ରାଥମିକ ଭାବେ ଏହି ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ’
‘ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି’

Scroll to Top