ବଢ଼ିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି, ଏହି ତାରିଖ ଯାଏ ହୋଇପାରିବ ଫର୍ମ ଫିଲ୍‌ଅପ୍

ବଢ଼ିଲା-ମାଟ୍ରିକ୍-ପରୀକ୍ଷା-ଫର୍ମ-ପୂରଣ-ଅବଧି,-ଏହି-ତାରିଖ-ଯାଏ-ହୋଇପାରିବ-ଫର୍ମ-ଫିଲ୍‌ଅପ୍

ବଢ଼ିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି, ଏହି ତାରିଖ ଯାଏ ହୋଇପାରିବ ଫର୍ମ ଫିଲ୍‌ଅପ୍

Published By: Chikun – Prameya-News7 Bureau | November 20, 2025 07:20 PM

NEWS7

Matric exam form filling period extended, form can be filled up till November 28th 2025.

କଟକ: ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି। ଆସନ୍ତା ନଭେମ୍ବର ୨୮ ଯାଏ ହୋଇପାରିବ ଫର୍ମ ପୂରଣ। ଗୁରୁବାର ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି। ପୂର୍ବରୁ ନିଷ୍ପତ୍ତି ଅନୁସାରେ ନଭେମ୍ବର ୨୨ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ରହିଥିଲା।

ସୂଚନାଥାଉକି, ୨୦୨୬ ମସିହା ବାର୍ଷିକ ହାଇସ୍କୁଲ୍‌ ସାର୍ଟିଫିକେଟ୍‌  ପରୀକ୍ଷା (ମାଟ୍ରିକ୍‌) ନିମନ୍ତେ ଫର୍ମ  ପୂରଣ ଚଳିତ ନଭେମ୍ବର ମାସ ୮ ତାରିଖ ଶନିବାରରୁ ଆରମ୍ଭ ହୋଇଥିଲା।

ସ୍କୁଲ୍‌ରେ ରେଗୁଲାର୍‌ ପାଠ ପଢୁଥିବା, ସ୍କୁଲ୍‌ରେ ଥିବା କ୍ୱାସି ରେଗୁଲାର୍‌ ଓ ସ୍କୁଲ୍‌ର ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା କରାଯିବ। ସେହିପରି ପତ୍ର ବିନିମୟ ପାଠ୍ୟକ୍ରମ ରେଗୁଲାର୍‌ ଓ ପତ୍ର ବିନିମୟ ପାଠ୍ୟକ୍ରମ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକଙ୍କ ଦ୍ୱାରା କରାଯିବ।ଏହି ଫର୍ମପୂରଣ ଅନ୍‌ଲାଇନ୍‌ରେ  କରାଯିବ। ସମସ୍ତ ମୁକ୍ତ ବିଦ୍ୟାଳୟର ବ୍ଳକ୍‌ ଓ ଜିଲ୍ଲା ଷ୍ଟଡି ସେଣ୍ଟର୍‌ର ମୁଖ୍ୟ  ଏହି ଫର୍ମ ପୂରଣର କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରାଇବେ।

Scroll to Top