S

s

ପରିବହନ କାର୍ଯ୍ୟାଳୟରେ ପଶି ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୩ ଲକ୍ଷରୁ ଅଧିକ ଟଙ୍କା। ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ପହଁଚି ତନାଘନା କରୁଛି।

author-image

Sundargarh

Sundargarh Photograph: (OTV)

ସୁନ୍ଦରଗଡ଼ କୋଇଡାରେ ଏକ ବେସରକାରୀ ପରିବହନ ଅଫିସରୁ ବନ୍ଧୁକ ମୁନରେ ବଡ଼ ଧରଣର ଲୁଟ୍ । ପରିବହନ କାର୍ଯ୍ୟାଳୟରେ ପଶି ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୩ ଲକ୍ଷରୁ ଅଧିକ ଟଙ୍କା । କୋଇଡା ଥାନା ନିକଟସ୍ଥ ବ୍ଲକ୍ ଛକ ରାସ୍ତା କଡ଼ରେ ଥିବା ପରିବହନ କାର୍ଯ୍ୟାଳୟରୁ ବନ୍ଧୁକ ମୁନରେ ବଡ଼ ଧରଣର ଲୁଟ୍ ହୋଇଛି। ପୋଲିସ୍ ପେଟ୍ରୋଲିଂ ଗାଡ଼ି ଦୁର୍ବୃତ୍ତଙ୍କୁ ଅଟକାଇବା ବେଳେ ଗାଡ଼ି ଚାଳକ ଉପରେ ଦୁର୍ବୃତ୍ତ ଗାଡ଼ି ଚଢାଇ ଫେରାର।
ରାତି ୧୨ ଟାରେ ୭ ରୁ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପରିବହନ କାର୍ଯ୍ୟାଳୟକୁ ପଶି ଆସିଥିଲେ । ପରେ କାର୍ଯ୍ୟାଳୟରେ ଥିବା ଚାରିଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କାବୁ କରି ନେଇଥିଲେ। ବନ୍ଧୁକ ଓ ମାରଣା ଅସ୍ତ୍ର ଦେଖାଇ ପରିବହନ କାର୍ଯ୍ୟାଳୟର କର୍ମଚାରୀଙ୍କଠାରୁ ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା । 
ଲୁଟ୍ ବେଳର EXCLUSIVE ସିସିଟିଭି ଭିଡିଓ ଲାଗିଛି ଓଟିଭି ହାତରେ। ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ପହଁଚି ତନାଘନା କରୁଛି।

Scroll to Top