ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଅଘଟଣ। ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଳିଗଲା ଚା’ ଦୋକାନ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇ ଯାଇଛି।
![]()
/odishatv-khabar/media/media_files/2025/11/20/gas-blast-2025-11-20-09-19-22.jpg)
Gas Blast Photograph: (OTV)
ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଳିଗଲା ଚା’ ଦୋକାନ । ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଏହି ଅଘଟଣ ଘଟିଛି । ଆଜି ଭୋରରେ ହଠାତ ଦୋକାନ ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ଦୋକାନରେ ନିଆଁ ଲାଗିଯାଇଥିଲା । ଏଥିରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।
ଏମିତି କି ଚା’ ଦୋକାନ ପାଖରେ ଥିବା ଏକ ବାଇକ ମଧ୍ୟ ଜଳି ଯାଇଛି । ଗ୍ୟାସ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ନାକେଦମ ହୋଇଥିଲା । ଶେଷରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ ।
• ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଳିଗଲା ଚା’ ଦୋକାନ
• ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଅଘଟଣ
• ଦୋକାନ ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
• ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ
• ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ




