C

c

୨୨ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଆହୁରି ଘନୀଭୂତ ହେବ। ୨୪ ବେଳକୁ ସମୁଦ୍ରରେ ବଳ ଗୋଟାଇ ଅବପାତର ରୂପ ନେବ।

author-image

Rain Alert

Rain Alert Photograph: (OTV)

ଶୀତ ବେଳେ ଆସୁଛି ଲଘୁଚାପ । ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସଂଭାବନା ରହିଛି । ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହା ଆହୁରି ଘନୀଭୂତ ହେବ। ୨୪ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ବଳ ଗୋଟାଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସଂଭାବନା ରହିଛି । ତେବେ ଏହାର ପ୍ରଭାବ କେତେ ରହିବ, କେଉଁଠି ଅଧିକ ପ୍ରଭାବ ପଡ଼ିବ ଓ ଏହା ବାତ୍ୟାର ରୂପ ନେବା ନା ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ । ଅନ୍ୟପଟେ ରାଜ୍ୟରେ ଏବେ ଶୀତ ସାମାନ୍ୟ କମିଛି।

•    ଶୀତ ବେଳେ ଆସୁଛି ବଡ଼ ବର୍ଷା !
•    ୨୨ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
•    ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଆହୁରି ଘନୀଭୂତ ହେବ
•    ୨୪ ବେଳକୁ ସମୁଦ୍ରରେ ବଳ ଗୋଟାଇ ଅବପାତର ରୂପ ନେବ
•    ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଶକ୍ତିଶାଳୀ ହେବା ସଂଭାବନା
•    କେତେ ରହିବ ପ୍ରଭାବ, କେଉଁଠି ଅଧିକ ପ୍ରଭାବ ପଡ଼ିବ ହୋଇନି ସ୍ପଷ୍ଟ

Scroll to Top