ଆଜିଠୁ ବିହାରରେ ପୁଣି ନୀତିଶ ଯୁଗ, ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଆଜିଠୁ-ବିହାରରେ-ପୁଣି-ନୀତିଶ-ଯୁଗ,-୧୦-ଥର-ପାଇଁ-ମୁଖ୍ୟମନ୍ତ୍ରୀ-ଭାବେ-ଶପଥ-ନେଲେ

ବିହାର ୨୦/୧୧: ଆଜିଠୁ ବିହାରରେ ପୁଣି ନୀତୀଶ ଯୁଗ । ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ । ନୀତିଶଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ।

ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଅଛନ୍ତି । ଏହାସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସାମିଲ ହୋଇଛନ୍ତି । 

ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର: 
୧ମ ଶପଥ- ମାର୍ଚ୍ଚ ୩, ୨୦୦୦- ମାର୍ଚ୍ଚ ୧୦,୨୦୦୦
୨ୟ ଶପଥ- ନଭେମ୍ବର ୨୪, ୨୦୦୫- ନଭେମ୍ବର ୨୫,୨୦୧୦
୩ୟ ଶପଥ- ନଭେମ୍ବର ୨୬,୨୦୧୦- ମେ’ ୧୯, ୨୦୧୪
୪ର୍ଥ ଶପଥ- ଫେବ୍ରୁଆରି ୨୨,୨୦୧୫- ନଭେମ୍ବର ୧୯,୨୦୧୫
୫ମ ଶପଥ- ନଭେମ୍ବର ୨୦,୨୦୧୫- ଜୁଲାଇ ୨୬,୨୦୧୭
୬ଷ୍ଠ ଶପଥ- ଜୁଲାଇ ୨୭, ୨୦୧୭- ନଭେମ୍ବର ୧୨, ୨୦୨୦
୭ମ ଶପଥ- ନଭେମ୍ବର ୧୬, ୨୦୨୦- ଅଗଷ୍ଟ ୯, ୨୦୨୨
୮ମ ଶପଥ- ଅଗଷ୍ଟ ୧୦, ୨୦୨୨- ଜାନୁଆରି ୨୮, ୨୦୨୪
୯ମ ଶପଥ- ଜାନୁଆରି ୨୮, ୨୦୨୫- ନଭେମ୍ବର ୧୯, ୨୦୨୫
୧୦ମ ଥର ପାଇଁ ପୁଣି ନୀତୀଶଙ୍କ ନୂଆ ଇନିଂସ୍ 

Scroll to Top