ଆସିପାରେ ଆଉ ଏକ ବାତ୍ୟା, ୪ ଦିନ ପ୍ରବଳ ଛେଚିବ ବର୍ଷା

ଆସିପାରେ-ଆଉ-ଏକ-ବାତ୍ୟା,-୪-ଦିନ-ପ୍ରବଳ-ଛେଚିବ-ବର୍ଷା

ଆସିପାରେ ଆଉ ଏକ ବାତ୍ୟା, ୪ ଦିନ ପ୍ରବଳ ଛେଚିବ ବର୍ଷା

Published By: Kirti – Prameya-News7 Bureau | November 20, 2025 08:34 AM

NEWS7

weather_15

ଭୁବନେଶ୍ୱର ୨୦।୧୧: ବାତ୍ୟାର ରୂପ ନେବ କି ଲଘୁଚାପ। ୨୨ରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ ପରେ ଏହି ଛନକା ଏବେ ସମସ୍ତଙ୍କୁ ଘାରିଛି। ୨୨ରେ ଲଘୁଚାପ, ୨୪ରେ ଏହା ଅବପାତର ରୂପ ନେଇପାରେ। ଏମିତି କିଛି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଲୋକଙ୍କୁ ଘାରିଲାଣି ବାତ୍ୟା ଡର। ଅକ୍ଟୋବର ମାସରେ ଡରାଇଥିଲା ବାତ୍ୟା ‘ମୋନଥା’। ମାସକ ପରେ ପୁଣି ଲଘୁଚାପ, ପୁଣି ଘାରିଲାଣି ବାତ୍ୟା ଡର। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ । ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ସମ୍ଭାବନା ଥିବା ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି। ଲଘୁଚାପ ପାଇଁ ଥଣ୍ଡାର ପ୍ରକୋପ ମଧ୍ୟ କମିବ। ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ୨୬ ତାରିଖରୁ ପୁଣି ପାରଦ ଖସିବ ଏବଂ ଶୀତ ବଢ଼ିବ । ତେବେ ଲଘୁଚାପର ଅଧିକ ପ୍ରଭାବ ଆନ୍ଧ୍ର ଉପରେ ପଡ଼ିପାରେ।

Scroll to Top