C

c

ଜାଡ଼ରେ ଥରୁଛି ସାରା ଓଡ଼ିଶା। ଆଗାମୀ ୩-୪ ଦିନ ଜାରି ରହିବ ଶୀତ ଲହରି। ୧୦ ଡିଗ୍ରୀ ତଳେ ୪ଟି ସହରରେ ସର୍ବନିମ୍ନ ତାପମାତ୍ରା। ୧୨ ଡିଗ୍ରୀ ତଳେ ୧୩ ସହରରେ ସର୍ବନିମ୍ନ ତାପମାତ୍ରା।

author-image

WINTER

WINTER Photograph: (OTV)

ଜାଡ଼ରେ ଥରୁଛି ସାରା ଓଡ଼ିଶା। ବିଳମ୍ବରେ ଆସିଥିଲେ ବି ରାଜ୍ୟରେ ପ୍ରବଳ ଶୀତ ହେଲାଣି। ଆଗାମୀ ୨-୩ ଦିନ ଜାରି ରହିବ ଶୀତ ଲହରି। ୧୦ ଡିଗ୍ରୀ ତଳକୁ ଖସିଛି ୪ଟି ସହରରେ ସର୍ବନିମ୍ନ ତାପମାତ୍ରା। ଥରୁଛି କନ୍ଧମାଳ ଜିଲ୍ଲା। ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ସହର ପାଲଟିଥିଲା କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି। ସେଠାରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।

କୋରାପୁଟ ସେମିଳିଗୁଡ଼ାରେ ୭.୪, ଦାରିଙ୍ଗିବାଡ଼ିରେ ୮ ଓ ଫୁଲବାଣୀରେ ପାରଦ ରହିଥିଲା ୯ ଡିଗ୍ରୀ ସେଲସିୟସ। ମୋଟ୍ ୧୩ ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା। ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ୧୩ ଡିଗ୍ରୀ ଛୁଇଁଛି ପାରଦ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨-୩ ଦିନ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ। ତାପରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ।

•    ଜାଡ଼ରେ ଥରୁଛି ସାରା ଓଡ଼ିଶା
•    ଆଗାମୀ ୩-୪ ଦିନ ଜାରି ରହିବ ଶୀତ ଲହରି
•    ୧୦ ଡିଗ୍ରୀ ତଳେ ୪ଟି ସହରରେ ସର୍ବନିମ୍ନ ତାପମାତ୍ରା
•    ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା
•    ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ସହର ଜି. ଉଦୟଗିରି
•    ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍ 
•    କୋରାପୁଟ ସେମିଳିଗୁଡ଼ାରେ ୭.୪ ଡିଗ୍ରୀ ରେକର୍ଡ
•    ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ପାରଦ ୮ ଡିଗ୍ରୀ 
•    ୧୨ ଡିଗ୍ରୀ ତଳେ ୧୩ ସହରରେ ସର୍ବନିମ୍ନ ତାପମାତ୍ରା 
•    ୩-୪ ଦିନ ପରେ ପାରଦ ୨-୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ

Scroll to Top