S

s

ଶୀତରେ ଥରୁଛି ସାରା ଓଡ଼ିଶା। ଝାରସୁଗୁଡ଼ାରେ ୧୧ ଡିଗ୍ରୀକୁ ଖସିଲା ପାରଦ। ଜି.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରୀ ତାପମାତ୍ରା। ସୋମବାର ୧୦ ଡିଗ୍ରୀ ତଳେ ଥିଲା ୬ ସହର।

author-image

Cold Wave

Cold Wave Photograph: (OTV)

ଶୀତରେ ଥରୁଛି ସାରା ଓଡ଼ିଶା। ହାଡ଼ଭଙ୍ଗା ଜାଡ଼ରେ ଥରୁଛି ରାଜ୍ୟର ବିଭିନ୍ନ ଜିଲ୍ଲା। ବିଶେଷକରି କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଝାରସୁଗୁଡାରେ ୧୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରୀ ତାପମାତ୍ରା ରହିଛି। ସୋମବାର ୧୦ ଡିଗ୍ରୀ ତଳେ ଥିଲା ୬ ସହର। ଅନ୍ୟପଟେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଦିନ ୧୧ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଥିବାରୁ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ରାଜଧାନୀ ଭୁବନେଶ୍ବରରେ ବି କିଛି ଦିନ ହେଲା ଶୀତର ଲହରୀ ଲାଗି ରହିଛି।

•    ଶୀତରେ ଥରୁଛି ସାରା ଓଡ଼ିଶା
•    ଝାରସୁଗୁଡ଼ାରେ ୧୧ ଡିଗ୍ରୀକୁ ଖସିଲା ପାରଦ
•    ଜି.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରୀ ତାପମାତ୍ରା 
•    ସୋମବାର ୧୦ ଡିଗ୍ରୀ ତଳେ ଥିଲା ୬ ସହର
•    ରାଜଧାନୀ ଭୁବନେଶ୍ବରରେ ବି ଶୀତର ଲହରୀ

Scroll to Top