କ’ଣ ମିଛ କହିଥିଲେ ୟୁନୁସ୍? ଏବେ ରହସ୍ୟ ଉପରୁ ପରଦା ହଟାଇବ ବାଂଲାଦେଶୀ ନାଗରିକ ଇଖତିଆର

କ’ଣ-ମିଛ-କହିଥିଲେ-ୟୁନୁସ୍?-ଏବେ-ରହସ୍ୟ-ଉପରୁ-ପରଦା-ହଟାଇବ-ବାଂଲାଦେଶୀ-ନାଗରିକ-ଇଖତିଆର

ନୂଆଦିଲ୍ଲୀ ୧୯।୧୧: ଲାଲକିଲା ନିକଟରେ ୧୦ ନଭେମ୍ବର ସୋମବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ମାମଲାର ଗମୁର ଧିରେ ଧିରେ ଖୋଲୁଛି। ଯାଞ୍ଚ ଏଜେନ୍ସୀ ଏବେ ସବୁଦିନ ଚଢଉ କରୁଛନ୍ତି, ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହିକ୍ରମରେ ସୁରକ୍ଷା ଓ ଯାଞ୍ଚ ଏଜେନ୍ସୀ ଏହି ବିସ୍ଫୋରଣ ପଛରେ ବାଂଲାଦେଶ ଲିଂକ ଥିବାର ଏବେ ସନ୍ଦେହ କରୁଛନ୍ତି। ମାମଲାରେ ଯାଞ୍ଚ ଏଜେନ୍ସୀ ଜଣେ ବାଂଲାଦେଶୀ ନାଗରିକ ଇଖତିଆରକୁ ଗିରଫ ମଧ୍ୟ କରିଛନ୍ତି। ଇଖତିଆର ନିଷିଦ୍ଧ ବାଂଲାଦେଶ ସଙ୍ଗଠନ ଅଂସାରୁଲ୍ଲାହ ବାଂଲା ଟିମ (ଏବିଟି) ସହିତ ସମ୍ବଦ୍ଧିତ ବୋଲି କୁହାଯାଉଛି।

ଦିଲ୍ଲୀ ବିସ୍ଫୋରଣ ପରେ ପରେ ବାଂଲାଦେଶ ଅନ୍ତରୀଣ ସରକାର ତୁରନ୍ତ ପ୍ରତିକ୍ରିୟା ରଖିଥିଲେ। ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ କହିଥିଲେ ଯେ ତାଙ୍କ ଦେଶର ମାଟି ଏହି ବିସ୍ଫୋରଣ ଷଡଯନ୍ତ୍ରରେ ଉପଯୋଗ ହୋଇନାହିଁ। ହେଲେ ଭାରତୀୟ ଏଜେନ୍ସୀଙ୍କୁ ଏପରି ସଂକେତ ମିଳୁଛି ଯାହା ଏହାର ଓଲଟା କାହାଣୀ କହୁଛି। ଇଖତିଆରର ଗିରଫ ପରେ ଯାଞ୍ଚର ଫୋକସ ଏବେ ଭାରତ-ବାଂଲାଦେଶ ବର୍ଡର ଖାସ କରି ପଶ୍ଚିମବଙ୍ଗର ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାକୁ ସିଫ୍ଟ ହୋଇଛି। ଏଠାରେ ମୌଳବାଦୀ ନେଟୱାର୍କ ସକ୍ରିୟ ଥିବାର ଆଶଙ୍କା କରାଯାଉଛି। କାରଣ ଯାଞ୍ଚ ଏଜେନ୍ସୀଙ୍କ ଅନୁସାରେ ଦିଲ୍ଲୀ ବିସ୍ଫୋରଣ ପାଇଁ ଇଖତିଆର ବିସ୍ଫୋରକ ପହଞ୍ଚାଇଥିଲା।

ବାଂଲାଦେଶ ଅପରେଟିଭ ଓ ଲସ୍କର-ଏ-ତୌୟବା (ଏଲଇଟି) ମଧ୍ୟରେ ଅନଲାଇନ ମିଟିଂସ୍, ମାଲଦା ଓ ମୁର୍ଶିଦାବାଦରେ ବଢିଥିବା ଗତିବିଦ୍ଧି, ବିସ୍ଫୋରଣର କିଛି ଦିନ ପୂର୍ବରୁ ଏଲଇଟି କମାଣ୍ଡର ସୈଫୁଲ୍ଲାହା ସୈଫର ବାଂଲାଦେଶୀ ଅଧିକାରୀଙ୍କ ସହ ଭେଟ ଆଦି ଇନ-ପୁଟ୍ ଏହି କଥା ଆଡକୁ ଇସାରା କରୁଛି ଦିଲ୍ଲୀ ବିସ୍ଫୋରଣ କେବଳ ସ୍ଥାନୀୟ ଅପରେସନ ନଥିଲା, ବରଂ ପାକିସ୍ତାନ ଓ ବାଂଲାଦେଶରୁ ସଞ୍ଚାଳିତ ଏକ ବଡ଼ ନେଟୱାର୍କର ଅଂଶବିଶେଷ ଥିଲା। ଯାଞ୍ଚରେ ପାକିସ୍ତାନସ୍ଥିତ ଏଲଇଟି ଭୂମିକା ମଧ୍ୟ ସାମ୍ନାକୁ ଆସୁଛି, ଯିଏ ପୁରା ପ୍ଲାନକୁ ପର୍ଦ୍ଦା ପଛରୁ ଗାଇଡ କରୁଥିଲା।

ଏଜେନ୍ସୀ ଏବେ ଏନକ୍ରିପ୍ଟେଡ ଚାଟ୍, ହାୱାଲା ଟ୍ରେଲ ଓ ବର୍ଡର ମୁଭମେଣ୍ଟ ଯାଞ୍ଚ କରୁଛି। ନିକଟରେ ଅଲ ଫଲାହ ୟୁନିଭର୍ସିଟିର ୨ ଜଣ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଏଥିରୁ ୟୁନିଭର୍ସିଟି ରେ ମୌଳବାଦୀ ମଡ୍ୟୁଲ ସକ୍ରିୟ ନଥିଲାତ? ଏହି ସନ୍ଦେହ ଏବେ ଦୃଢିଭୂତ ହୋଇଛି। ସୂତ୍ର ଅନୁସାରେ ଭାରତ ଏବେ ଅଧିକ ଆଧୁନିକ ଓ ଜଟିଳ ଆତଙ୍କବାଦୀ ବିପଦର ସମ୍ମୁଖୀନ ହୋଇଛି। ଦେଶରେ ହ୍ୱାଇଟ୍ କୋଲାର, ଡିଜିଟାଲ ଓ କ୍ୟାମ୍ପସ ଆଧାରିତ ମଡ୍ୟୁଲ ଏବେ ମୁଣ୍ଡଟେକିଲେଣି। ଏଥିରୁ ପଶ୍ଚିମବଙ୍ଗ ଭଳି ସୀମାବର୍ତ୍ତି ରାଜ୍ୟଙ୍କ ଲାଗି ଅଧିକ ବିପଦ ରହୁଛି।

ଆତଙ୍କବାଦୀଙ୍କ ଲକ୍ଷ୍ୟ ଏବେକେବଳ ଧନଜୀବନ ହାନୀ ନୁହେଁ ବରଂ ସେମାନେ ଦେଶର ଅର୍ଥ ବ୍ୟବସ୍ଥା, ଟେକ୍ନୋଲଜି ଓ ଭିତ୍ତିଭୂମିକୁ ଝଟକାଦେବାକୁ ଚାହୁଁଛନ୍ତି। ଏଣୁ ଏବେ ଭାରତକୁ ଉନ୍ନତ ଇଣ୍ଟେଲିଜେନ୍ସ , ଇନଫର୍ମେସନ ୱାରଫେୟାର ଷ୍ଟ୍ରକ୍ଚର, ଆବଶ୍ୟକତା ପଡିଲେ ବେୟଣ୍ଡ-ଭିଜୁଆଲ-ଷ୍ଟ୍ରାଇକ୍ସ ଲାଗି ପ୍ରସ୍ତୁତ ରହିବାକୁ ପଡିବ। ଦିଲ୍ଲୀ ବିସ୍ଫୋରଣର ଯାଞ୍ଚ ଏବେ ପ୍ରତି ଘଣ୍ଟାରେ ନୂଆ ରୋଚକ ତଥ୍ୟ ସହିତ ଆଗକୁ ବଢୁଛି। ଏଥିରୁ ଏବେ ସ୍ପଷ୍ଟ ହୋଇଛି ଯେ ଏହି ଘଟଣା ଆଦୌ ସ୍ଥାନୀୟ ନୁହେଁ ବରଂ ଦକ୍ଷିଣ ଏସିୟାରେ ବ୍ୟପ୍ତ ନେଟୱାର୍କ ସହିତ ସମ୍ପୃକ୍ତ।

Scroll to Top