ଭୁବନେଶ୍ୱର ଏଜି ସ୍କୋୟାରରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା, ସଡ଼କ ଦୁର୍ଘଟଣା ବାବଦରେ କରିବ ସଚେତନ

ଭୁବନେଶ୍ୱର-ଏଜି-ସ୍କୋୟାରରେ-ସ୍ଥାପନ-ହେବ-ସଡ଼କ-ଦୁର୍ଘଟଣା-ଘଣ୍ଟା,-ସଡ଼କ-ଦୁର୍ଘଟଣା-ବାବଦରେ-କରିବ-ସଚେତନ

ଭୁବନେଶ୍ୱର ଏଜି ସ୍କୋୟାରରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା, ସଡ଼କ ଦୁର୍ଘଟଣା ବାବଦରେ କରିବ ସଚେତନ

Published By: Ruby – Prameya-News7 Bureau | November 19, 2025 11:58 AM

NEWS7

road accident clock

ଭୁବନେଶ୍ବର ୧୯୧୧ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ୱର ଏଜି ସ୍କୋୟାରରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା । ଏ ନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ସହ ସକରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଏହି ଘଣ୍ଟା ।

ମେସର୍ସ ଆଡସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି । ପରିବହନ କମିଶନରଙ୍କ ସହ ପରାମର୍ଶ କରି ଦୁର୍ଘଟଣା ଘଣ୍ଟା ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି ।

Scroll to Top