R

r

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା। ଆସନ୍ତା ୨୫ ତାରିଖରେ ଧ୍ବଜାରୋହଣ ଉତ୍ସବ। ଜୋରସୋରରେ ଚାଲିଛି ଧ୍ବଜାରୋହଣ ପ୍ରସ୍ତୁତି। ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image

Ram Mandir

Ram Mandir Photograph: (OTV)

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା। ଆସନ୍ତା ୨୫ ତାରିଖରେ ଧ୍ବଜାରୋହଣ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉପରେ ଧର୍ମଧ୍ବଜା ଉତ୍ତୋଳନ କରିବେ। ମନ୍ଦିର ଉପରେ ଯେଉଁ ପତାକା ଉଡ଼ାଯିବ ତାହା ଗେରୁଆ ରଙ୍ଗର ହେବ ଏବଂ ଏଥିରେ ସୂର୍ଯ୍ୟ ଦେବତାଙ୍କୁ ଚିତ୍ରଣ କରାଯିବ। ଏହି ପତାକା ୧୯୪ ଫୁଟ ଉଚ୍ଚରେ ଉଡ଼ିବ, ଯାହା ଫଳରେ ଦିବ୍ୟ ରାମ ମନ୍ଦିର ଆହୁରି ସୁନ୍ଦର ହୋଇଯିବ।

ଧର୍ମଧ୍ୱଜର ଶୁଭ ସମୟ ହେଉଛ ୨୫ ନଭେମ୍ବର ସକାଳ ୧୧ଟା ୫୮ରୁ ଅପରାହ୍ନ ଗୋଟାଏ। ଏହି ପବିତ୍ର ସମୟରେ, ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଶୀର୍ଷରେ ଧର୍ମଧ୍ୱଜ ଉତ୍ତୋଳନ କରିବେ। ଏହା ପରେ, ସେ ଦେଶକୁ ସମ୍ବୋଧିତ କରିବେ ଏବଂ ରାମ ମନ୍ଦିର ନିର୍ମାଣ ଶେଷ ହେବା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

Scroll to Top