P

p

ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକି ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ମହାସମାଧି ସ୍ଥଳରେ ପୂଜାର୍ଚ୍ଚନା।

author-image

PM Narendra Modi

PM Narendra Modi Photograph: (OTV)

ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇ ସତ୍ୟସାଇ ବାବାଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ପବିତ୍ର ତୀର୍ଥସ୍ଥଳ ଏବଂ ମହାସମାଧିକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏହାସହ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକି ସମାରୋହରେ ସାମିଲ ହୋଇଛନ୍ତି ପିଏମ୍। 
ଏହି ଅବସରରେ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ତାଙ୍କ ଚିରନ୍ତନ ଐତିହ୍ୟ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ସିରିଜ ଜାରି କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଜନସାଧରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତ କରିବେ ଓ କୃଷକଙ୍କ ପାଇଁ ପିଏମ୍ କିଷାନ ଯୋଜନାର ୨୧ତମ କିସ୍ତି ଜାରି କରିବେ।
•    ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
•    ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କୁ ଦର୍ଶନ କଲେ 
•    ସତ୍ୟସାଇ ବାବାଙ୍କ ମହାସମାଧି ସ୍ଥଳରେ ପୂଜାର୍ଚ୍ଚନା
•    ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକି ସମାରୋହରେ ସାମିଲ

Scroll to Top