ଶ୍ରୀମନ୍ଦିରରେ ଆଜିଠୁ ଦେବ ଦୀପାବଳୀ ନୀତି, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ପିଣ୍ଡଦାନ

ଶ୍ରୀମନ୍ଦିରରେ-ଆଜିଠୁ-ଦେବ-ଦୀପାବଳୀ-ନୀତି,-ପିତୃପୁରୁଷଙ୍କୁ-ପିଣ୍ଡଦାନ-କରିବେ-ପିଣ୍ଡଦାନ

ଶ୍ରୀମନ୍ଦିରରେ ଆଜିଠୁ ଦେବ ଦୀପାବଳୀ ନୀତି, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ପିଣ୍ଡଦାନ

Published By: Prativa – Prameya-News7 Bureau | November 19, 2025 07:47 AM

NEWS7

deva deepavali

ପୁରୀ ୧୯/୧୧: ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ।

ତେବେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ଅଦିତି ଓ କାଶ୍ୟପ ଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହି ଅବସରରେ ତିନି ଠାକୁର ଶ୍ବେତ ବସ୍ତ୍ର ପରିଧାନ କରିବେ। ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ। ପୂଜାପଣ୍ଡା ସେବାୟତ ମାନେ ପିଣ୍ଡଦାନ କରିବେ। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ।

Scroll to Top