୩ ରୁ ୪ ବର୍ଷ ମଧ୍ୟରେ ଭୁବନେଶ୍ଵରରେ IT ଶିଳ୍ପ, ନିର୍ମାଣ ହେବ ୨୦ ଟି ନୂଆ ରାସ୍ତା: ଆଇନ ମନ୍ତ୍ରୀ

୩-ରୁ-୪-ବର୍ଷ-ମଧ୍ୟରେ-ଭୁବନେଶ୍ଵରରେ-it-ଶିଳ୍ପ,-ନିର୍ମାଣ-ହେବ-୨୦-ଟି-ନୂଆ-ରାସ୍ତା:-ଆଇନ-ମନ୍ତ୍ରୀ

Published By: Deepak – Prameya-News7 Bureau | November 18, 2025 11:09 PM

NEWS7

Bhubaneswar

ଭୁବନେଶ୍ଵର: ଭୁବନେଶ୍ୱର ସହରକୁ ଭିତ୍ତିଭୂମି ବୃଦ୍ଧିର ଆବଶ୍ୟକତା ରହିଛି। ବ୍ୟବସାୟ ବୃଦ୍ଧି ନେଇ ଆମେ ସଜାଗ ଅଛୁ। ଭୁବନେଶ୍ୱର ଆଉଟର ରିଙ୍ଗ ରୋଡ ଉଭୟ ପାର୍ଶ୍ଵରେ ରିୟଲ ଇଷ୍ଟେଟ ଯୋଗ୍ୟ କରିବୁ। ଆସନ୍ତା ୩ ରୁ ୪ ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଆଇଟି ଶିଳ୍ପ ପାଇଁ ୧୦ ହଜାର ମିଲିୟନ ବର୍ଗ ମିଟର ସ୍ଥାନର ବ୍ୟବସ୍ଥା କରାଯିବ। ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ସେ କହିଛନ୍ତି, ଭୁବନେଶ୍ବରରେ ୧୦ ହଜାର କ୍ଷମତା ବିଶିଷ୍ଟ ସମ୍ମିଳନୀ କକ୍ଷ ନିର୍ମାଣ କରାଯିବା ପ୍ରସ୍ତାବ ରହିଛି। ୨୦ ଟି ନୂଆ ରାସ୍ତା ସହ ଗ୍ରୀନ ଫିଲ୍ଡ ରାସ୍ତା ନିର୍ମାଣ କରାଯିବ। CREDAI ଭୁବନେଶ୍ୱର INSTALATION ଉତ୍ସବରେରେ ଯୋଗ ଦେଇ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

Scroll to Top