ଭୁବନେଶ୍ବର ୧୮।୧୧: ନୂଆପଡ଼ା ପରେ ବିଜେପିର ରାଜ୍ୟସଭା ମିଶନ୍ । ବଡ଼ ବୟାନ ରଖିଛନ୍ତି ସାଂସଦ ସୁଜିତ୍ କୁମାର। ସେ କହିଛନ୍ତି, ଆସନ୍ତାବର୍ଷ ଖାଲି ହେବାକୁ ଥିବା ୪ ରାଜ୍ୟସଭା ସିଟ୍ରୁ ଦୁଇଟି ବିଜେପିର କ୍ଲିୟର ଅଛି । ଗୋଟିଏ ବିଜେଡ଼ିକୁ ଯିବ । ଗୋଟିଏ ସିଟ୍ ରେ ସଂଖ୍ୟା ଦ୍ୱନ୍ଦ୍ବ ରହିଛି । ବିଜେପି ଚତୁର୍ଥ ସିଟ୍ କୁ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଦଳ ନିହାତି ନେବା ବି ଦରକାର ।
ଆସନ୍ତା ବର୍ଷ ଏପ୍ରିଲରେ ୪ଟି ରାଜ୍ୟସଭା ସିଟ୍ ଖାଲି ହେବ । ସୁଜିତ୍ କୁମାର, ମମତା ମହାନ୍ତି, ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ ସିଟ୍ ଖାଲି ହେବ ।
ନୂଆପଡ଼ାରେ ଦଖଲ ପରେ ସୁଜିତ୍ ଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଥିଲେ । ଦଳ ତାଙ୍କୁ ପୁରଷ୍କୃତ କରିପାରେ ବୋଲି ଚର୍ଚ୍ଚା ହେଉଛି । ସୁଜିତ୍ କହିଲେ କଳାହାଣ୍ଡି ବିଷୟରେ ମୋର ଅଭିଜ୍ଞତା ଅଛି । ଦଳର ସଂସଦୀୟ ବୋର୍ଡଚୂଡ଼ାନ୍ତ ନିଷ୍ପତ୍ତି ନେବ ।



