L

l

ମଡ଼େଲ ହୋଇ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିଲେ। ସୋସିଆଲ ମିଡିଆରେ ଡାଇମଣ୍ଡ ଗାର୍ଲ ଭାବେ ଖୁବ ଜଣାଶୁଣା ଥିଲେ ଭୋପାଳର ୨୭ ବର୍ଷିୟା ମଡେଲ ଖୁସବୁ ଅହିରୱାର। ଯାହାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି।

author-image

Diamond-Model

Diamond-Model Photograph: (OTV)

ଛୋଟ ପରିବାରରେ ଜନ୍ମ ନେଇଥିଲେ। ମଡ଼େଲ ହୋଇ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିଲେ। ସୋସିଆଲ ମିଡିଆରେ ଡାଇମଣ୍ଡ ଗର୍ଲ ଭାବେ ଖୁବ ଜଣାଶୁଣା ଥିଲେ ଭୋପାଳର ୨୭ ବର୍ଷିୟା ମଡେଲ ଖୁସବୁ ଅହିରୱାର। ଯାହାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। 

ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଖୁସବୁଙ୍କ ମୃତ୍ୟୁ ପଛରେ ତାଙ୍କ ବୟଫ୍ରେଣ୍ଡ କାସିମର ହାତ। କୁହାଯାଉଛି କିଛି ବର୍ଷ ପୂର୍ବେ ସେ ରାହୁଲ ନାମରେ ପରିଚୟ ଦେଇ କାସିମ ତାଙ୍କ ସହିତ ଉଜ୍ଜୟିନୀରେ ବନ୍ଧୁତା କରିଥିଲେ। ପରେ ଦୁହେଁ ପ୍ରେମ କରି ଦେଢ଼ବର୍ଷ ରିଲେସନସିପରେ ରହିଲେ। ତେବେ ଗତ ୧୦ ତାରିଖ ଦିନ ଉଜ୍ଜୟିନୀରୁ ଭୋପାଳ ଫେରିବା ବେଳେ ଏକ ବସରେ ଖୁସବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଗଲା। ପରେ, କାସିମ ତାଙ୍କୁ ଇନ୍ଦୋର ଏକ ହସ୍ପିଟାଲରେ ଛାଡି ଦେଇଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପୂର୍ବରୁ ଥିଲେ ଗର୍ଭବତୀ

ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତ୍ୟୁ ସମୟରେ ଖୁସବୁ ଗର୍ଭବତୀ ଥିଲେ। ଫାଲୋପିଆନ୍ ଟ୍ୟୁବ୍ ଫାଟିଯିବା କାରଣରୁ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଖୁସବୁଙ୍କୁ କାସିମ ହିଁ ମାରିଥିବା ଅଭିଯୋଗ କରିଛନ୍ତି ଖୁସବୁଙ୍କ ପରିବାର। ଅଭିଯୋଗ ମୁତାବକ, ଖୁସବୁଙ୍କୁ ପ୍ରତିଶ୍ରୁତି ଦେଇ ପରେ ବିବାହ କରିବାକୁ ମନା କରିଦେଇଥିଲା କାସିମ।

ହେଲେ ଖୁସବୁ ଯେତେବେଳେ ସେ ତାଙ୍କୁ ବିବାହ ପାଇଁ ଚାପ ପକାଇଲେ, ସେ ତାଙ୍କୁ ହତ୍ୟା କରିଥିଲା। ଏପରିକି ଲିଭ-ଇନରେ ଥିବାବେଳେ ଖୁସବୁଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ଦିଆଯାଉଥିଲା। କାସିମ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲା ବୋଲି ଅଭିଯୋଗ କରିଛନ୍ତି ପରିବାର।

ତେବେ ପରିବାରର ବୟାନ ଆଧାରରେ ପୋଲିସ ଖୁସବୁଙ୍କ ଲିଭ୍-ଇନ୍ ପାର୍ଟନର୍ କାସିମ ହୁସେନଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛି। ତା ବିରୁଦ୍ଧରେ ଜିହାଦର ମାମଲା ରୁଜୁ କରି ତଦନ୍ତ କରାଯାଉଛି ।

Scroll to Top