ନୂଆପଡ଼ା ୧୮।୧୧: ବିଜୟ, ପରାଜୟ ବଡ଼କଥା ନୁହେଁ, ନୂଆପଡ଼ାବାସୀଙ୍କ ଭଉଣୀ ଭାବରେ ରହିବି ଓ ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢେଇ କରିବି । ନୂଆପଡ଼ା ଉପ ନିର୍ବାଚନ ପାଇଁ ମୋତେ ପ୍ରାର୍ଥୀ କରିଥିବାରୁ ପ୍ରଥମେ ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଓଡ଼ିଶାର କୋଣ ଅନୁକୋଣରୁ ଅନେକ ବିଜେଡି କର୍ମକର୍ତାଙ୍କ ସହଯୋଗ ସହ ନୂଆପଡ଼ାର ସମସ୍ତ କର୍ମକର୍ତା ଘର ଘର ବୁଲି ଭୋଟ୍ ଭିକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବିଜେଡିର ଅନେକ ମତ ଓ ମନ୍ତବ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚାଇଛନ୍ତି ତେଣୁ କରି ସାମ୍ବାଦିକ ଭାଇ ମାନଙ୍କୁ ଧନ୍ୟବାଦ । ନୂଆପଡ଼ା ଉପନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେଲାନାହିଁ । ନିର୍ବାଚନ ଫଳାଫଳକୁ ବିଜେଡି ସହ ମୁଁ ଆଗ୍ରହ୍ୟ କରି ସାରିଛୁ । ଏହା ଜନାଦେଶ ନୁହେଁ, ଯନ୍ତ୍ରାଦେଶ ଥିଲା । ଫଳାଫଳ ଘୋଷଣା ପୂର୍ବରୁ ବିଜେପିର ଅନେକ ତୁଙ୍ଗ ନେତା ଓ ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଭୋଟରଙ୍କୁ ଧନ୍ୟବାଦ ଦେଇଥିଲେ ଯାହା ସମ୍ପୂର୍ଣ୍ଣ ଭାବରେ ଅସମ୍ବିଧାନିକ । ୪୧ ଗୋଟି ବୁଥ୍ରେ ୯୦ ରୁ ୯୫ ପ୍ରତିଶତ ଭୋଟିଂ ଏହା କେତେଦୂର ଯୁକ୍ତିଯୁକ୍ତ । ଏହା ଉପରେ ସନ୍ଦେହ ସୃଷ୍ଟି କରୁଛି । ପୋଷ୍ଟାଲ ବାଲଟ ପେପରରେ ୩ ଶହ ଭୋଟ୍ କିଭଳି ନାକଚ ହେଲା ଏହା ତଦନ୍ତ ସାପେକ୍ଷ । ୨୬ ରାଉଣ୍ଡ କାଉଣ୍ଟିଂ ଜାଗାରେ ୨୯ ରାଉଣ୍ଡ କିଭଳି ହେଲା ।
ନିର୍ବାଚନ ସମୟରେ ଆମ କର୍ମୀ ଓ ସହଯୋଗୀଙ୍କ ଘରକୁ ରେଡ୍ କରି ଭୟଭୀତ କରାଗଲା । ବାହୁବଳ, ଅର୍ଥବଳ ଲଗାଇବା ସହ ଇଭିଏମ୍ ଟାମ୍ପରିଂ କରି ବିଜେପି ବିଜୟୀ ହୋଇଛି । ମେଡିକାଲ କଲେଜ କଥା କହିଲେ କେବେ କାର୍ଯ୍ୟକାରୀ ହେବ ଆମେ ତାକୁ ଆପେକ୍ଷା କରିଛୁ । ଜିଲ୍ଲା ହସ୍ପିଟାଲରେ ଡାକ୍ତର ଅଭାବ, ଅନେକ PHC ଓ CHCରେ କର୍ମଚାରୀ ଅଭାବ ଅଛି, ଦାଦନ ସମସ୍ୟା, ଜଙ୍ଗଲ ଜମି ପଟ୍ଟା, ରେଳ ଲାଇନ, ନୂଆପଡ଼ା ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ୍ର ରହଣି ଭଳି ଅନେକ ସମସ୍ୟାର ସମାଧାନ କେବେ କରିବେ ଏହାର ଜବାବ ରଖନ୍ତୁ ବୋଲି ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିବା ସହ ନୂଆପଡ଼ାବାସୀଙ୍କ ସହ ରହି ଆଗାମୀ ଦିନରେ ସମସ୍ୟାର ସମାଧାନ କରିବା ନେଇ ଲଢେଇ ଜାରି ରଖିବି ବୋଲି ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।




