ନୂଆଦିଲ୍ଲୀ ୧୮/୧୧: ଡିସେଣ୍ଟ ଗେମ୍ର ଡିସେଣ୍ଟ ପ୍ଲେୟାର । ସଭିଙ୍କ ମୁହଁରେ ଗୋଟିଏ କଥା କେଏଲ ରାହୁଲ । ଟିମ୍ ଇଣ୍ଡିଆର ତାଙ୍କୁ କୁହାଯାଏ ସେକେଣ୍ଡ ଓ୍ୱାଲ୍ । ବିବାଦ, ଲାଇମ ଲାଇଟ୍ଠାରୁ ଢେରେ ଦୂରରେ ସେ । ଏମିତିକି ପଡ଼ିଆରେ ବି ବହୁଚ ଚୁପ୍ ଚାପ୍ ସ୍ୱଭାବର । ବ୍ୟାଟିଂ ହେଉ ବା ଓ୍ୱିକେଟ କିପିଂ । ସବୁଠି ଖେଳନ୍ତି ସତ କିନ୍ତୁ ପିନ୍ ଡ୍ରପ୍ ସାଇଲେଣ୍ଟରେ ।
ଦୀର୍ଘ ଦିନ ପରେ ଅର୍ଥାତ୍ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଅଧିନାୟକତ୍ୱ କରିବା ପରେ ମୁହଁ ଖୋଲିଛନ୍ତି ସେ । କ୍ୟାପଟେନ୍ସି ବେଳେ ଖେଳାଳିମାନେ ସମ୍ମୁଖୀନ ହେଉଥିବା ପ୍ରେସର ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଆଇପିଏଲର ଚାପ ପ୍ରକୃତରେ ଅନ୍ତର୍ଜାତୀୟ କ୍ରିକେଟ ଅପେକ୍ଷା ବହୁତ ଅଧିକ । ୩୩ ବର୍ଷୀୟ ୱିକେଟ କିପର-ବ୍ୟାଟସମ୍ୟାନ ଲକ୍ଷ୍ନୌ ସୁପରଜାଏଣ୍ଟସ (ଏଲଏସଜି) ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଥିଲେ ।
KL RAHUL’S DIG AT THE LSG OWNERS 🤯
“Captaincy in IPL almost feels like you’re being questioned constantly as to why did you make this change…..why opposition scored 200 and you could only manage 120….why are their bowlers getting more spin.”
Courtesy: @HumansOfBombay pic.twitter.com/zL9w2WNhdL
— Sameer Allana (@HitmanCricket) November 17, 2025
ଯେଉଁଥିରେ ୨୦୨୪ ମସିହାରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶୋଚନୀୟ ପରାଜୟ ପରେ ମାଲିକ ସଞ୍ଜିବ ଗୋଏଙ୍କାଙ୍କ ସହିତ ପଡ଼ିଆରେ ଯୁକ୍ତିତର୍କ ବି ସାମିଲ ଥିଲା । ତେବେ ଏହି ବିବାଦ ପରେ ୨୦୨୪ ସିଜିନ ପରେ ରାହୁଲ ଏଲଏସଜିରୁ ଅଲଗା ହୋଇ ଯାଇଥିଲେ। ସେ ଆହୁରି କହିଛନ୍ତି, କୋଚ୍ ଏବଂ ଅଧିନାୟକଙ୍କୁ ସବୁବେଳେ ବହୁତ ପ୍ରଶ୍ନ ପଚରାଯାଉଛି । କିଛି ସମୟ ପରେ, ଏହା ଅନୁଭବ ହେଉଛି ଯେ ଆପଣଙ୍କୁ ଜେରା କରାଯାଉଛି। ‘ତୁମେ କାହିଁକି ଏହି ପରିବର୍ତ୍ତନ କଲ? ସେହି ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ କାହିଁକି ଥିଲା? ପ୍ରତିପକ୍ଷ ଦଳ କିପରି ୨୦୦ ସ୍କୋର କଲା ।
ଆମେ ୧୨୦ ସ୍କୋର ମଧ୍ୟ କରିପାରିଲୁ ନାହିଁ? ସେମାନଙ୍କର ବୋଲରମାନେ କାହିଁକି ଏତେ ସ୍ପିନ୍ ପାଉଛନ୍ତି? ରାହୁଲ ବ୍ୟାଖ୍ୟା କରିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟରେ ଏପରି କୌଣସି ଚାପ ନାହିଁ କାରଣ ପ୍ରଶିକ୍ଷକ ଓ ଚୟନକର୍ତ୍ତାମାନେ ଖେଳର ଟ୍ରିକ୍ସ ବୁଝନ୍ତି । ସେ କହିଛନ୍ତି, “ଆମକୁ ବର୍ଷସାରା କେବେବି ଏହି ପ୍ରଶ୍ନ ପଚରାଯାଏ ନାହିଁ କାରଣ ପ୍ରଶିକ୍ଷକମାନେ ଜାଣନ୍ତି କ’ଣ ଘଟୁଛି ।
ତୁମେ କେବଳ ପ୍ରଶିକ୍ଷକ ଓ ଚୟନକର୍ତ୍ତାଙ୍କ ନିକଟରେ ଉତ୍ତରଦାୟୀ, ଯେଉଁମାନେ କ୍ରିକେଟ ଖେଳିଛନ୍ତି ଓ ଖେଳକୁ ବୁଝନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “ତୁମେ ଯେତେ ଭଲ କର, ତୁମେ ଯେତେ ବାକ୍ସ ଟିକ୍ କର । ଖେଳରେ ବିଜୟର କୌଣସି ଗ୍ୟାରେଣ୍ଟି ନାହିଁ। ଖେଳରେ ପୃଷ୍ଠଭୂମି ନଥିବା ଲୋକଙ୍କୁ ଏହା ବୁଝାଇବା କଷ୍ଟକର।




