A

a

ଜନ୍ମ ପରେ ଅସୁସ୍ଥ ଥିବା ଶିଶୁପୁତ୍ରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିବା ବେଳେ ରାତି ପ୍ରାୟ ୧ଟା ସମୟରେ ମୋଦାସା-ଧନସୁରା ରାସ୍ତାରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା।

author-image

Ambulance Catches Fire

Ambulance Catches Fire Photograph: (OTV)

ଗୁଜରାଟରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ମଙ୍ଗଳବାର ଭୋର ସମୟରେ ଗୁଜୁରାଟର ଆରବଳୀ ଜିଲ୍ଲାର ମୋଦାସା ସହର ନିକଟରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗିଯିବାରୁ ଜଣେ ନବଜାତ ଶିଶୁ ଓ ଡାକ୍ତରଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶିଶୁଟିକୁ ଜନ୍ମ ହେବାର ମାତ୍ର ଗୋଟିଏ ଦିନ ହିଁ ହୋଇଥିଲା। ଜନ୍ମ ପରେ ନବଜାତକ ଶିଶୁଟି ଅସୁସ୍ଥ ଥିବାରୁ ଅଧିକ ଚିକିତ୍ସା ପାଇଁ ମୋଦାସା ସ୍ଥିତ ଏକ ହସ୍ପିଟାଲରୁ ଅହମଦାବାଦର ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିଲା। ସେହି ସମୟରେ ରାତି ପ୍ରାୟ ୧ଟା ସମୟରେ ମୋଦାସା-ଧନସୁରା ରାସ୍ତାରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା।
ମୃତକ ମାନେ ହେଲେ ନବଜାତକ ଶିଶୁ, ତାଙ୍କ ବାପା ଜିଗ୍ନେଶ ମୋଚି (୩୮), ଅହମ୍ମଦାବାଦର ଡାକ୍ତର ଶାନ୍ତିଲାଲ ରେଣ୍ଟିଆ (୩୦) ଏବଂ ଆରବଳୀର ନର୍ସ ଭୁରିବେନ ମନତ (୨୩) ।
ନିଆଁରେ ପୋଡି ହୋଇ ଅନ୍ୟ ତିନି ଜଣ ଆହତଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜିଗ୍ନେଶ ମୋଚିଙ୍କ ଦୁଇ ସମ୍ପର୍କୀୟ ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଅଛନ୍ତି।
ସିସିଟିଭି ଫୁଟେଜରେ ଦେଖା ଯାଇଛି ଯେ, ଆମ୍ବୁଲାନ୍ସର ପଛ ପାର୍ଶ୍ୱରେ ନିଆଁ ଲାଗିବା ଡ୍ରାଇଭର ଜାଣିବା ପରେ ଏକ ପେଟ୍ରୋଲ ପମ୍ପ ନିକଟରେ ଗାଡିଟି ଧୀରେ ଚଲାଇଥିଲେ। ଡ୍ରାଇଭର ଏବଂ ଆଗ ସିଟରେ ଥିବା ମୋଚିଙ୍କ ଦୁଇ ସମ୍ପର୍କୀୟ ଆହତ ହୋଇ ରକ୍ଷା ପାଇଯାଇଥିବା ବେଳେ, ଗାଡିର ପଛ ପାର୍ଶ୍ୱରେ ଥିବା ୪ ଜଣ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି।

Scroll to Top