ଆଖି ଆଗରେ ଜଳିଗଲେ ୪୨ ଯାତ୍ରୀ, କିନ୍ତୁ ମୃତ୍ୟୁକୁ ମାତ୍ ଦେଇ ଖସିଆସିଲେ ସୋଏବ୍

ଆଖି-ଆଗରେ-ଜଳିଗଲେ-୪୨-ଯାତ୍ରୀ,-କିନ୍ତୁ-ମୃତ୍ୟୁକୁ-ମାତ୍-ଦେଇ-ଖସିଆସିଲେ-ସୋଏବ୍

ନୂଆଦିଲ୍ଲୀ ୧୮/୧୧: ଦୁବାଇ ସଡ଼କ ଦୁର୍ଘଟଣା । ଜୀବନ୍ତ ଜଳିଯାଇଛନ୍ତି ୪୨ ଜଣ ଭାରତୀୟ । ଚିରନିଦ୍ରାରେ ମକ୍କା-ମଦିନା ଯାତ୍ରୀ । ରାଜପଥରେ ଏଭଳରି ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଏତେ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ଜଣେ ଯୁବକ । ସେ ହେଉଛନ୍ତି ୨୪ ବର୍ଷୀୟ ମହମ୍ମଦ ଅବଦୁଲ ସୋଏବ । ସେ ମକ୍କାରୁ ମଦିନା ଯାଉଥିବା ବସ୍ରେ ମଦିନା ଯାତ୍ରା କରୁଥିଲେ । ହେଲେ ଭଗବାନ ତାଙ୍କୁ ଦେଇଛନ୍ତି ନୂଆ ଜୀବନ । କାରଣ ଯେତେବେଳେ ଅନ୍ୟ ସମସ୍ତ ଯାତ୍ରୀ ଗଭୀର ନିଦ୍ରାରେ ଶୋଇଥିଲେ, ସେତେବେଳେ ଏକମାତ୍ର ଚେଇଁ ରହିଥିଲେ ।

ଆଉ ଡ୍ରାଇଭରଙ୍କ ପାଖରେ ଥିବା ସିଟ୍‌କୁ ଚାଲିଯାଇଥିଲେ । ସମ୍ଭବତଃ ସମୟ ବିତାଇବା ପାଇଁ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ । ଯେଉଁଥିପାଇଁ ତାଙ୍କର ଜୀବନ ବଞ୍ଚିଯାଇଥିଲା ।ସୂଚନା ଥାଉକି, ତେଲ ଟ୍ୟାଙ୍କର ସହିତ ଧକ୍କା ହେବା ପରେ, ବସ୍ରେ ନିଆଁ ଲାଗିଗଲା । ଯେଉଁଥକିରେ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଥିଲେ । ଦୁଇଜଣ ବିଦେଶୀ ସହାୟକଙ୍କ ସମେତ ଅନ୍ୟ ୪୫ ଜଣ ଯାତ୍ରୀ ଶୋଇଥିଲେ । ମୁହୂର୍ତ୍ତକ ମଧ୍ୟରେ ବସ୍କୁ ନିଆଁ ଗ୍ରାସ କରିବାରୁ ସେମାନେ ଖସି ପାରିଲେ ନାହିଁ। ତେବେ ଦୁର୍ଘଟଣା ଘଟିବା ସମୟରେ, ସୋଏବ ଓ ବସ୍ ଡ୍ରାଇଭର ବସ୍ରୁ ଡେଇଁ ପଡ଼ିବାରୁ ରକ୍ଷା ପାଇଥିଲେ ।

Read @ANI Story |https://t.co/ru1kXQ36c9#ConsulGeneral #LoneSurvivor #Madinah #BusAccident pic.twitter.com/Et4k9odoXy

— ANI Digital (@ani_digital) November 18, 2025

ସୋଏବଙ୍କ ପରିବାର ଲୋକଙ୍କ କହିବା କଥା ସକାଳ ପ୍ରାୟ ୫.୩୦ରେ ସୋଏବଙ୍କଠାରୁ ଏକ ଫୋନ୍ ପାଇଲୁ । ଯେଉଁଥିରେ ଶୁଣିବାକୁ ମିଳିଥିଲା ବଡ ଧରଣର ଦୁର୍ଘଟଣା ଘଟିଛି । ତେବେ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଛନ୍ତି । ପରେ, ଆମକୁ ସୂଚନା ଦିଆଯାଇଥିଲା ଯେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ଆମେ ତାଙ୍କ ସହିତ ଯୋଗାଯୋଗ କରିପାରିଲୁ ନାହିଁ,” ନାମପାଲିର ହଜ୍ ହାଉସରେ ସୂଚନା ପାଇଁ ଅପେକ୍ଷା କରିଥିବା ସୋଏବଙ୍କ ନିକଟ ସମ୍ପର୍କୀୟ ମହମ୍ମଦ ତହସୀନ କହିଛନ୍ତି। ତେବେ ଦୁଃଖର କଥା ତାଙ୍କ ଅନ୍ୟ ପରିବାର ସଦସ୍ୟ ନିଆଁର ଆଁରୁ ବର୍ତ୍ତି ପାରିନାହାଁନ୍ତି ।

ହାଇଦ୍ରାବାଦର ଝିରାର ନଟରାଜନଗର କଲୋନିର ବାସିନ୍ଦା ସୋଏବ ତାଙ୍କ ପିତାମାତା ଅବଦୁଲ କାଦିର (୫୬) ଏବଂ ଗୌସିଆ ବେଗମ (୪୬), ତାଙ୍କ ଜେଜେବାପା ମହମ୍ମଦ ମୌଲାନା ଏବଂ ତାଙ୍କ ମାମୁଁ ପରିବାରର ଅନ୍ୟ ଚାରି ସଦସ୍ୟଙ୍କ ସହିତ ଉମରା ପାଇଁ ସାଉଦି ଆରବ ଯାଇଥିଲେ।ତାଙ୍କ ସମ୍ପର୍କୀୟ ତହସୀନ କହିଛନ୍ତି, “ତାଙ୍କ ଅଞ୍ଚଳର ଅନ୍ୟ ଚାରି ଜଣ ଲୋକ ମକ୍କାରେ ରହିଥିଲେ । ଦୁର୍ଘଟଣା ପରେ ତୁରନ୍ତ ସୋଏବ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଫୋନ୍ କରି ଦୁର୍ଘଟଣା ବିଷୟରେ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୋଏବ ବସ୍ ରୁ ଡେଇଁ ପଡ଼ି ଆହତ ହୋଇଛନ୍ତି ।

ବର୍ତ୍ତମାନ ମଦିନାର ଏକ ଜର୍ମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।କହିବାକୁ ଗଲେ ତୀର୍ଥଯାତ୍ରୀମାନେ ମକ୍କାରେ ସେମାନଙ୍କର ଉମରା ରୀତି ସମାପ୍ତ କରିଥିଲେ । ଦୁର୍ଘଟଣା ଘଟିବା ସମୟରେ ବସ୍ ଯୋଗେ ମଦିନା ଯାତ୍ରା କରୁଥିଲେ। ସମସ୍ତ ମୃତ ଯାତ୍ରୀ ହାଇଦ୍ରାବାଦର ଥିଲେ। ତୀର୍ଥଯାତ୍ରୀଙ୍କ ସମ୍ପର୍କୀୟମାନେ ବସ୍ ରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ମଙ୍ଗଳ କାମନା କରିବା ପାଇଁ ହଜ୍ ହାଉସକୁ ଦୌଡ଼ି ଯାଇଥିଲେ। କିଛି ଲୋକ ଆଶା ନେଇ ଟ୍ରାଭେଲ୍ ଅପରେଟର ଏବଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଯାଇଥିଲେ। କିନ୍ତୁ ସୋଏବଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ପର୍ଯ୍ୟଟକ ବଞ୍ଚି ପାରି ନଥିଲେ।

Scroll to Top