T

t

ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ। ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ।

author-image

Top Maoist Leader

Top Maoist Leader Photograph: (OTV)

ଆନ୍ଧ୍ର ଓଡିଶା ସୀମା ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନ୍ କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିପାତ। ଆନ୍ଧ୍ରର ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଏହି ଗୁଳି ବିନିମୟ ହୋଇଛି। ନିହତଙ୍କ ମଧ୍ୟରେ ଜଣେ ଟପ୍ ମାଓନେତା ଥିବା ସୂଚନା ମିଳିଛି।

ଏନ୍ କାଉଣ୍ଟରରେ ଟପ୍ ମାଓନେତା ମାଡଭି ହିଡମାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୁଖ୍ୟାତ ମାଓ ନେତା ହିଡମା ଅତି କମରେ ୨୬ଟି ସଶସ୍ତ୍ର ଆକ୍ରମଣର ନେତୃତ୍ୱ ନେଇଥିଲା। ହିଡମା ମୁଣ୍ଡ ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା। ତା ପତ୍ନୀ ରାଜେ ଓରଫ ରାଜାକ୍କା ମଧ୍ୟ ଏନକାଉଣ୍ଟରରେ ନିହତ ହୋଇଥିବା ଜଣାପଡିଛି। ଅନେକ ବଡ ବଡ ମାଓ ଆକ୍ରମଣରେ ସାମିଲ ଥିଲେ ପତି-ପତ୍ନୀ। 
ହିଡମା ବହୁ ଆତ୍ମଘାତୀ ଆକ୍ରମଣର ନେତ୍ୟତ୍ବ ନେଇଥିଲା। ସେଥିମଧ୍ୟରେ ୨୦୧୦ ମସିହାରେ ଦାନ୍ତେୱାଡାରେ ହୋଇଥିବା ଆକ୍ରମଣରେ ୭୬ ଜଣ CRPF ଯବାନ ପ୍ରାଣ ହରାଇଥିଲେ ଏବଂ ୨୦୧୩ ମସିହାରେ ଝିରମ ଘାଟିରେ ହୋଇଥିବା ଆମ୍ବୁସ୍ ରେ ୨୭ ଜଣ କଂଗ୍ରେସ ନେତାଙ୍କ ସମେତ ପ୍ରାଣ ହରାଇଥିଲେ। ୨୦୨୧ ମସିହାରେ ସୁକମା-ବିଜାପୁରରେ ହୋଇଥିବା ଆମ୍ବୁସ୍ ଯେଉଁଥିରେ ୨୨ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ।

ଘଟଣାସ୍ଥଳରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ବଡ଼ ଧରଣର କମ୍ବିଂ ଅପରେସନ ଚାଲିଥିବା ଆନ୍ଧ୍ର ଡିଜିପି ସୂଚନା ଦେଇଛନ୍ତି। ସେହିପରି ସୁକମା ଜିଲ୍ଲାର ଏରାବୋର ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଜଙ୍ଗଲରେ ମଧ୍ୟ ଏନକାଉଣ୍ଟର ହୋଇଛି। ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମାଓବାଦୀ ଥିବା  ସୂଚନା ପାଇ ସୁରକ୍ଷା ବାହିନୀ ସକାଳୁ ଏକ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସକାଳୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

•    ଏନକାଉଣ୍ଟରରେ ଟଳିଲା ହିଡମା !
•    ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର
•    ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ
•    ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ
•    ନିହତଙ୍କ ମଧ୍ୟରେ ଜଣେ ଟପ୍ ମାଓନେତା ଥିବା ସୂଚନା
•    ଏନ୍ କାଉଣ୍ଟରରେ ଟପ୍ ମାଓନେତା ମାଡଭି ହିଡମାର ମୃତ୍ୟୁ ସୂଚନା
•    ବଡ଼ ଧରଣର କମ୍ବିଂ ଅପରେସନ ଚାଲିଥିବା ଆନ୍ଧ୍ର ଡିଜିପିଙ୍କ ସୂଚନା

Scroll to Top