S

s

ପୁଅ ପାଇଁ ମା’ର ଆକୁଳ ନିବେଦନ। ଦିନେ ଲୋକଙ୍କ ମନୋରଂଜନ ପାଇଁ ସଂଗୀତ ସାଗରରେ ଭାସୁଥିଲେ, ଏବେ ମେଡିକାଲ୍ ବେଡ୍‌ରେ ସମସ୍ତଙ୍କୁ ଦୁଃଖ ସାଗରରେ ଭସେଇଛନ୍ତି। ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଂକଟାପନ୍ନ।

author-image

Human-Sagar-Critical

Human-Sagar-Critical Photograph: (OTV)

ପୁଅ ପାଇଁ ମା’ର ଆକୁଳ ନିବେଦନ। ଦିନେ ଲୋକଙ୍କ ମନୋରଂଜନ ପାଇଁ ସଂଗୀତ ସାଗରରେ ଭାସୁଥିଲେ, ଏବେ ମେଡିକାଲ୍ ବେଡ୍‌ରେ ସମସ୍ତଙ୍କୁ ଦୁଃଖ ସାଗରରେ ଭସେଇଛନ୍ତି। ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଂକଟାପନ୍ନ। ଭୁବନେଶ୍ୱର ଏମ୍ସରେ ICUରେ ଜୀବନ ସହ ସଂଗ୍ରାମ କରୁଛନ୍ତି ସଂଗୀତର ବାଦଶାହ। 

ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଛି। ତାଙ୍କ ଚିକିତ୍ସା ଚାଲିଛି। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନାହିଁ। ସେ ଭେଣ୍ଟିଲେଟର୍ ସପୋର୍ଟରେ ଅଛନ୍ତି। ଆଗାମୀ ସମୟ ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ରହିଛି। ତେଣୁ ସାହାଯ୍ୟ ପାଇଁ ସରକାରଙ୍କୁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ହ୍ୟୁମାନ ସାଗରଙ୍କ ମାଆ।

ଲିଭର୍ ସମସ୍ୟାରେ ପୀଡ଼ିତ

ଗଲା କିଛି ଦିନ ଧରି ଲିଭର୍ ସମସ୍ୟାରେ ପୀଡ଼ିତ ହୋଇଥିଲେ ମଧ୍ୟ ତଥାପି କିଛି ଷ୍ଟେଜ୍ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଅସୁସ୍ଥ ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ।  କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସର ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ମସ୍ତିଷ୍କ, ଫୁସଫୁସ୍, ବୃକକ୍, ଯକୃତ ଆଦି ସଠିକ୍ ଭାବେ କାମ କରୁନଥିବା ବେଳେ, ରକ୍ତ ଜମାଟ ବାନ୍ଧିବା ଓ ରକ୍ତଚାପ ନିୟନ୍ତ୍ରଣକୁ ନ ଆସିବା ଭଳି ସମସ୍ୟା ରହିଛି।

ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ହ୍ୟୁମାନ। ବିଶେଷ ଭାବେ ଯୁବ ପିଢ଼ିଙ୍କ ବେଶ୍ ପସନ୍ଦ। ୨୦୧୨ ମସିହାରେ ଏହି ଗାୟକ ରିଆଲିଟି ଶୋ ‘ଭଏସ୍ ଅଫ୍ ଇଣ୍ଡିଆ’ ଜିତିଥିଲେ। ତାଙ୍କ ଯାଦୁ ମଧ୍ୟ ତରଙ୍ଗ ଚ୍ୟାନେଲ୍ ଦ୍ୱାରା ପ୍ରସ୍ତୁତ ‘ଭଏସ୍ ଅଫ୍ ଓଡିଶାରେ’ ଦେଖିବାକୁ ମିଳିଥିଲା……

ହ୍ୟୁମାନ୍ ସାଗର ୨୦୧୫ ମସିହାରେ ଗାୟକ ଭାବରେ ତାଙ୍କର ଡେବ୍ୟୁ କରିଥିଲେ। ସେ ଓଡ଼ିଆ ଫିଲ୍ମ ‘ତୁ ହି ତୁ’ର ଟାଇଟଲ୍ ଟ୍ରାକ୍ ସ୍ୱର ସହିତ ଗାଇଥିଲେ। ସେବେଠାରୁ ସେ ୧୯ରୁ ଅଧିକ ଓଡ଼ିଆ ଫିଲ୍ମରେ ଗୀତ ଗାଇଛନ୍ତି ଏବଂ ଅନେକ ସିଙ୍ଗଲ୍ସ ଏବଂ ସଂଗୀତ ଆଲବମ୍ ରିଲିଜ୍ କରିଛନ୍ତି। ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଫଲୋୟର୍ସ ଅଛନ୍ତି। ପ୍ରଶଂସକ ଏବଂ ଫଲୋୟର୍ସମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Scroll to Top