ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି। ଆତ୍ମଘାତୀ ବିସ୍ଫୋରଣକାରୀ ଉମର ନବିର ପ୍ରମୁଖ ସହଯୋଗୀ ଗିରଫ।
![]()
/odishatv-khabar/media/media_files/2025/11/18/delhi-blast-2025-11-18-09-58-01.jpg)
DELHI-BLAST Photograph: (OTV)
ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ବଢୁଛି ଗିରଫଦାରୀ। ବନ୍ଧାହେଲା ଆତ୍ମଘାତୀ ବିସ୍ଫୋରଣକାରୀ ଉମର ନବୀର ଆଉ ଜଣେ ସହଯୋଗୀ ଡାନିଶ୍ । ଡାନିଶଙ୍କୁ ଶ୍ରୀନଗରରୁ ଗିରଫ କରାଯାଇଛି । ଡାନିଶ ଆତଙ୍କବାଦୀ ଆକ୍ରମଣ କରିବାରେ ଉମରକୁ ବୈଷୟିକ ସାହାଯ୍ୟ ଯୋଗାଇ ଦେଇଥିଲା ବୋଲି ଯାଞ୍ଚ ବେଳେ ଏନଆଇଏ ଜାଣିବାକୁ ପାଇଛି ।
ଲାଲକିଲ୍ଲା ଆକ୍ରମଣ ପୂର୍ବରୁ ଡ୍ରୋନକୁ ମୋଡିଫାଇଡ୍ କରି ଏବଂ ରକେଟ ନିର୍ମାଣ ଲାଗି ଉଦ୍ୟମ କରିଥିଲା ଡାନିଶ। ଏହି ଆକ୍ରମଣର ସେ ଅନ୍ୟତମ ପ୍ରମୁଖ ସହଯୋଗୀ ବୋଲି ଏନଆଇଏ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ ଏନଆଇଏ ଅମିର ରଶିଦ ଅଲି ନାମକ ଅଭିଯୁକ୍ତକୁ ଗିରଫ କରିଥିଲା ।
ସେପଟେ ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି । LNJP ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି ।
• ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣା
• ଆଉ ଜଣଙ୍କୁ ଗିରଫ କଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି
• ଆତ୍ମଘାତୀ ବିସ୍ଫୋରଣକାରୀ ଉମର ନବିର ପ୍ରମୁଖ ସହଯୋଗୀ ଗିରଫ
• ଜଶିର ବିଲାଲ ୱାନୀ ଓରଫ ଡାନିଶ ଶ୍ରୀନଗରରୁ ଗିରଫ
• ଉମରକୁ ବୈଷୟିକ ସାହାଯ୍ୟ ଯୋଗାଇ ଦେଇଥିଲା ଡାନିସ
• ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି
• LNJP ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ




