ଜିଲ୍ଲା ପ୍ରଶାସନର ଆକ୍ସନ, ଭଙ୍ଗିଲା ବେଆଇନ ଘର ଓ ଦୋକାନ
Published By: Chikun – Prameya-News7 Bureau | November 17, 2025 03:46 PM
NEWS7
ସୁନ୍ଦରଗଡ଼: ବୁଲିଲା ବୁଲଡୋଜର। ଭାଙ୍ଗିଲା ବେଆଇନ ନିର୍ମାଣ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ରଙ୍ଗାଡିପାରେ ମୁଖ୍ୟ ରାସ୍ତା ସଂଲଗ୍ନ ବେଆଇନ ନିର୍ମାଣ ଭଙ୍ଗାଯାଇଛି। ଦୀର୍ଘ ଦିନରୁ ରଙ୍ଗାଡିପାରେ ବେଆଇନ ନିର୍ମାଣ ଉଛେଦକୁ ନେଇ ବିବାଦ ଲାଗି ରହିଥିଲା।ତେବେ ଉଚ୍ଛେଦ ସମୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିବାବେଳେ ଲୋକଙ୍କୁ ବୁଝାସୁଝା କରୁଛନ୍ତି ଏସଡିପିଓ।
ତେବେ, ରଙ୍ଗାଡିପାରେ ମୁଖ୍ୟ ରାସ୍ତା ଉପରେ ବେଆଇନ ଭାବେ ଦୋକାନ ଓ ଘର ନିର୍ମାଣ ହୋଇଥିବାରୁ ଏହାଯୋଗୁ ଅଧିକାଂଶ ସମୟରେ ଭିଡ଼ ହେଉଥିଲା। ଏମିତିକି ଅଳ୍ପ ଜାଗା କାରଣରୁ ବିଭିନ୍ନ ସମୟରେ ଦୃର୍ଘଟଣା ଘଟୁଥିଲା। ଏମିତିରେ ଲୋକଙ୍କ ଆଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ତହସିଲଦାର। ସେପଟେ ଦୋକାନୀଙ୍କ ଅଭିଯୋଗ ନୋଟିସ କରି ସମୟ ନଦେଇ ସିଧାସଳଖ ଆସି ଦୋକାନ ଭାଙ୍ଗିବା ସହ ବ୍ୟାପକ ସାମଗ୍ରୀ ନଷ୍ଟ କରିଛି ପ୍ରଶାସନ।




