ଭାରସାମ୍ୟ ହରାଇ ଓଲଟି ପଡିଲା ଗାଡ଼ି, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ
Published By: Kirti – Prameya-News7 Bureau | November 17, 2025 10:41 AM
NEWS7
ମୋହନା ୧୭।୧୧ : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ୩୨୬ ନମ୍ବର ରାଜ୍ୟ ରାଜପଥର ବୁଡୁଣି ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଲା ଟ୍ରେଲ୍ର। ଯାହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ହେଲେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଏହି ଟ୍ରେଲ୍ର ଲୁହା ବୋଝେଇ କରି ବିଶାଖାପାଟଣାରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ ବିଷମକଟକ ଥାନା ୩୨୬ ନମ୍ବର ରାଜ୍ୟ ରାଜପଥ ବୁଡୁଣି ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ ଚାପି ହୋଇଯାଇଥିଲେ। ଯାହାପରେ ଉଦ୍ଧାର କରିବାକୁ ବିଷମ କଟକ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି ଗାଡ଼ି ହେଲପରଙ୍କୁ ଗ୍ୟାସ୍ କଟର ସହାୟତାରେ କାଟି ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।




