ରବିବାର ରାତିରେ ଡିଜିପି ଅଫିସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସ୍ବୁଙ୍କ ଘରକୁ ଟାର୍ଗେଟ କରି ବୋମା ମାଡ଼ ଧମକ ମିଳିଛି।
![]()
/odishatv-khabar/media/media_files/2025/11/17/tamilnadu-cm-mk-stalin-2025-11-17-10-10-49.jpg)
Tamilnadu CM MK Stalin Photograph: (OTV)
ରବିବାର ରାତିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସବୁଙ୍କ ବାସଭବନକୁ ବୋମା ମାଡ଼ ଧମକ ମିଳିଛି। ତାମିଲନାଡୁ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ଯାହାର ତୁରନ୍ତ ଯାଞ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଚାରି ଜଣଙ୍କ ବାସଭବନରା ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚି କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ସପ୍ତାହରେ, ଚେନ୍ନାଇର ଇଞ୍ଜାମବକ୍କମରେ ଥିବା ଅଜିତ କୁମାରଙ୍କ ବାସଭବନକୁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ବୋମା ଧମକ ମିଳିଥିବା ଅଭିଯୋଗ ହୋଇଥିଲା। ଯାହା ପରେ ତାଙ୍କ ଘର ଏବଂ ଆଖପାଖ ଅଞ୍ଚଳରେ ସମ୍ପୂର୍ଣ୍ଣ ତଲାସ କରାଯାଇଥିଲା। କିନ୍ତୁ ଯାଞ୍ଚ ସମୟରେ କୌଣସି ବିସ୍ଫୋରକ ମିଳିନଥିଲା।
ପୋଲିସ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବ କୋଷ୍ଟ ରୋଡ୍ (ECR) ପାର୍ଶ୍ୱରେ ଥିବା ଅଭିନେତାଙ୍କ ଘରେ ଏକ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରିଥିଲେ। କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା। ଏହା ପରେ ତଦନ୍ତକାରୀମାନେ ଏହା ଏକ ମିଥ୍ୟା ଖବର ବୋଲି ନିଶ୍ଚିତ କରିଥିଲେ।




