କଟକରେ ୧୫ରୁ ଅଧିକ ଜଣ୍ଡିସ୍ରେ ଆକ୍ରାନ୍ତ, ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଲେ ସିଏମସି କମିଶନର
Published By: Chikun – Prameya-News7 Bureau | November 16, 2025 06:12 PM
NEWS7
କଟକ: ବ୍ୟାପିଛି ଜଣ୍ଡିସ୍। ଆକ୍ରାନ୍ତ ହେଲେଣି ୮ରୁ ଅଧିକ ପରିବାରର ୧୫ରୁ ଉର୍ଦ୍ଧ୍ବ। ଖାଲି ସେତିକି ନୁହେଁ ଦୁଇଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ କଦମ ଏ ରସୁଲର ବ୍ରାହ୍ମଣ ସାହିରେ। ଜଣାପଡ଼ିଛି ଯେ, ଦୂଷିତ ଜଳ ବ୍ୟବହାର ଏତେ ସଂଖ୍ୟାରେ ଲୋକେ ଜଣ୍ଡିସ ଆକ୍ରାନ୍ତ ହୋଇଛନ୍ତି।
ତେବେ ଘଟଣାରେ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି। ଶନିବାର ସିଏମସିର ସ୍ବାସ୍ଥ୍ୟ ବିଭାଗ ଉକ୍ତ ଅଞ୍ଚଳ ସଫେଇ କରିବା ସହ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଛି। ଘଟଣା ଉପରେ ନଜର ରଖାଯାଇଛି । କିଭଳି ଭାବେ ଜଣ୍ଡିସ ଅଧିକ ବ୍ୟାପିବ ନାହିଁ ସେଥିପାଇଁ ଗୁରୁତ୍ଵ ଦିଆଯାଉଥିବାବେଳେ ସ୍ଥିତି ନିୟନ୍ତ୍ରଣରେ ରହିଥିବା କଥା କହିଛନ୍ତି ସିଏମସି କମିଶନର। ସେହିଭଳି ଜଣ୍ଡିସର ଲକ୍ଷଣ ଆସିବାମାତ୍ରେ କେବଳ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛନ୍ତି ସିଏମସି କମିଶନର କିରଣ ଦୀପ କୌର ସହୋଟା।




