ଚିରାଗ ପାଶୱାନ କହିଲେ-ରୋହିଣୀ ମୋ ଭଉଣୀ ଭଳି, ମୁଁ ବି ଏହିପରିସ୍ଥିତିରେ ଦିନେ ଗତି କରିଥିଲି

ଚିରାଗ-ପାଶୱାନ-କହିଲେ-ରୋହିଣୀ-ମୋ-ଭଉଣୀ-ଭଳି,-ମୁଁ-ବି-ଏହିପରିସ୍ଥିତିରେ-ଦିନେ-ଗତି-କରିଥିଲି

ପାଟନା ୧୬।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଲାଲୁଙ୍କ ପରିବାର ଏବେ ମଥା କୋଡୁଛି। ଏଥିରେ ଘରର ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ରାଜନୀତିରୁ ସନ୍ୟାସ ଘୋଷଣା କରିବା ସହ ପରିବାର ସହ ସମସ୍ତ ସମ୍ପର୍କ ତୁଟାଉଥିବା ଘୋଷଣା କରିଥିଲେ। ଘଟଣା ଏବେ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ କଳହ କୁ ନେଇ ଏବେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ଏଥିରେ ବିପକ୍ଷ ନେତାମାନେ ରୋହିଣୀଙ୍କ ସପକ୍ଷରେ ଛିଡା ହୋଇଥିବାର ଦେଖା ଯାଉଛନ୍ତି। ଏହି ପୁରା ବିବାଦ ଉପରେ ଚିରାଗ ପାଶୱାନଙ୍କ ବୟାନ ଆସିଛି।

#WATCH केंद्रीय मंत्री और LJP(रामविलास) प्रमुख चिराग पासवान ने RJD प्रमुख लालू प्रसाद यादव की बेटी रोहिणी आचार्य के राजनीति छोड़ने पर कहा, “मैं इस पर कोई टिप्पणी नहीं करूंगा… हमारे राजनैतिक मतभेद जरूर हैं लेकिन मैंने हमेशा लालू प्रसाद यादव के परिवार को अपना परिवार माना है…… pic.twitter.com/QAywcBSouQ

— ANI_HindiNews (@AHindinews) November 16, 2025

ଏଲଜେପି (ରାମବିଳାଶ) ନେତା ଚିରାଗ ପାଶୱାନ ରୋହିଣୀ ଆଚାର୍ଯ୍ୟଙ୍କ ପ୍ରସଙ୍ଗରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ ‘ଯେତେବେଳେ କୌଣସି ଏକ ପରିବାର ଏପରି ମାନସିକ ପରିସ୍ଥିତିରେ ଗତି କରୁଥାଏ କିପରି ଲାଗେ ତାହା ମୁଁ ଅନୁଭବ କରିଛି। କାରଣ ମୁଁ ମଧ୍ୟ ଦିନେ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ଆମ ଭିତରେ ରାଜନୈତିକ ମତପାର୍ଥକ୍ୟ ନିଶ୍ଟିତ ରହିଛି, କିନ୍ତୁ ମୁଁ ସର୍ବଦା ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମୋ ପରିବାର ବୋଲି ଭାବିଥାଏ। ତେଜସ୍ୱୀ ହୁଅନ୍ତୁ କି ତେଜ୍, ମିସା ଦିଦି ହୁଅନ୍ତୁ କି ରୋହିଣୀ ସମସ୍ତଙ୍କୁ ମୁଁ ମୋ ଭାଇଭଉଣୀ ଭଳି ଭାବେ। ମୁଁ ପ୍ରାର୍ଥନା କରୁଛି ଏହି ପାରିବାରିକ ବିବାଦ ଯଥାଶୀଘ୍ର ଶାନ୍ତ ହେଉ‘। ସେ କହିଛନ୍ତି ଯେ ଯଦି ଘରେ ଏକତା ଥିବ ତେବେ ବ୍ୟକ୍ତି ବାହାରର ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ହେବ।

#WATCH दिल्ली: भाजपा नेता सैयद शाहनवाज़ हुसैन ने RJD प्रमुख लालू प्रसाद यादव की बेटी रोहिणी आचार्य के राजनीति छोड़ने पर कहा, “… RJD ने पहले भी तेज प्रताप यादव को अपने परिवार से अलग किया था। अब रोहिणी आचार्य ने कहा कि उन्हें पार्टी से अलग कर दिया गया है। यह उनका पारिवारिक मामला… pic.twitter.com/LPTPa35mO6

— ANI_HindiNews (@AHindinews) November 16, 2025

ଜାଣନ୍ତୁ ଶାହନବାଜ ହୁସେନ କହିଲେ କ’ଣ?
ପ୍ରସଙ୍ଗରେ ବିଜେପି ନେତା ସୟଦ ଶାହନବାଜ ହୁସେନ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଆରଜେଡି ପୂର୍ବରୁ ତେଜ ପ୍ରତାପ ଯାଦବଙ୍କୁ ପରିବାରରୁ ଅଲଗା କରିଦେଇଥିଲା। ଏବେ ରୋହିଣୀ ଆଚାର୍ଯ୍ୟ କହୁଛନ୍ତି ତାଙ୍କୁ ପାର୍ଟିରୁ ଅଲଗା କରିଦିଆଯାଇଛି। ଏହା ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ମାମଲା, ହେଲେ ବାସ୍ତବିକ୍ ଏକ ଦୁଃଖଦ ଘଟଣା।

#WATCH | पटना: राजद नेता मृत्युंजय तिवारी ने राजद प्रमुख लालू प्रसाद यादव की बेटी रोहिणी आचार्य के राजनीति छोड़ने पर कहा, “यह पारिवारिक मामला है। परिवार के सदस्य जवाब देंगे। पार्टी का शीर्ष नेतृत्व पूरे मामले को देखेगा। चुनाव परिणाम अभी आए हैं। ऐसे परिणामों के कारणों की समीक्षा… pic.twitter.com/8r4OStdkwE

— ANI_HindiNews (@AHindinews) November 16, 2025

ରୋହିଣୀଙ୍କ ନିଷ୍ପତ୍ତିକୁ ନେଇ କହିଲେ ମୃତ୍ୟୁଞ୍ଜୟ ତିୱାରୀ
ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ ରୋହିଣୀ ଆଚାର୍ଯ୍ୟଙ୍କ ରାଜନୀତି ଛାଡିବା ନେଇ କହିଛନ୍ତି ଯେ ଏହା ଲାଲୁଙ୍କ ପାରିବାରିକ ମାମଲା। ଏ ବାବଦେ ପରିବାର ସଦସ୍ୟ ହିଁ କିଛି କହି ପାରିବେ। ପାର୍ଟିର ଶୀର୍ଷ ନେତୃତ୍ୱ ପୁରା ମାମଲାକୁ ଦେଖିବ। ନିର୍ବାଚନ ଏବେ ସରିଛି, ମିଳିଥିବା ଫଳାଫଳର କାରଣ ସମୀକ୍ଷା କରାଯିବ। ଏହା ପରେ ହିଁ ଯାହା ପ୍ରତିକ୍ରିୟା ରଖା ଯାଇ ପାରିବ ବୋଲି ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି। ସେ କହିଛନ୍ତି ଯେ ରୋହିଣୀ ଜୀ ନିଜର ଏକ କିଡନୀ ଦେଇ ତାଙ୍କ ପିତାଙ୍କ ଜୀବନ ବଞ୍ଚାଇଛନ୍ତି। ସେ ଏପରି ଏକ ଆଦର୍ଶ ଉପସ୍ଥାପନ କରିଛନ୍ତି ପ୍ରତ୍ୟେକ ବ୍ୟକ୍ତି କହିବ ମୋ ଘରେ ରୋହିଣୀଙ୍କ ଭଳି ଝିଅ ଜନ୍ମ ହେଉ।

Scroll to Top