ବରଗଡ଼ ଧନୁଯାତ୍ରା : ମହାମନ୍ତ୍ରୀ ଓ ସେନାପତି ଚରିତ୍ର ପାଇଁ ଚାଲିଛି କଳାକାର ଚୟନ

ବରଗଡ଼-ଧନୁଯାତ୍ରା-:-ମହାମନ୍ତ୍ରୀ-ଓ-ସେନାପତି-ଚରିତ୍ର-ପାଇଁ-ଚାଲିଛି-କଳାକାର-ଚୟନ

ଅତାବିରା ୧୬।୧୧ : ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଚାଲିଛି କଳାକାର ଚୟନ ପ୍ରକ୍ରିୟା। ଆଜି ମହାମନ୍ତ୍ରୀ ଓ ସେନାପତି ଚରିତ୍ର ପାଇଁ କଳାକାର ଚୟନ କରାଯାଉଛି। ମହାମନ୍ତ୍ରୀ ପାଇଁ ୩୩ ଏବଂ ସେନାପତି ପାଇଁ ୭୪ ଜଣ କଳାକାର ଆବେଦନ କରିଛନ୍ତି l

ସେହିପରି ସୋମବାର ଧନୁଯାତ୍ରାର ମହାନାୟକ ମହାରାଜ କଂସ ଭୂମିକା ପାଇଁ କଳାକାର ଚୟନ କରାଯିବ l ଗତକାଲି ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଏବଂ ଉଗ୍ରସେନଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ଏହି ଚୟନ ପ୍ରକ୍ରିୟା ଚାଲିଛି। ତେବେ ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ୨୦୨୬ ଜାନୁଆରୀ ୩ ତାରିଖ ଯାଏ ୧୧ ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ଧୁନଯାତ୍ରା।

Scroll to Top