R

r

ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା। ଘଟଣାସ୍ଥଳରୁ ମିଳିଲା ୩ଟି 9mm କ୍ୟାଟ୍ରିଜ୍। ଦୁଇଟି ଜୀବନ୍ତ, ଗୋଟିଏ ଖାଲି ସେଲ୍। ଘଟଣାସ୍ଥଳରୁ କୌଣସି ବନ୍ଧୁକ ମିଳିନି, ଖୋକା କେଉଁଠୁ ଆସିଲା?

author-image

Red Fort car blast site

Red Fort car blast site Photograph: (OTV)

ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା । ଘଟଣାସ୍ଥଳରେ ଛାନଭିନ ବେଳେ ମିଳିଲା ୩ଟି 9mm କ୍ୟାଟ୍ରିଜ। ଏଥି ମଧ୍ୟରୁ ଦୁଇଟି ଜୀବନ୍ତ ରହିଥିବାବେଳେ ଗୋଟିଏ ଖାଲି ସେଲ୍ ରହିଛି। 9mm କ୍ୟାଟ୍ରିଜ ବନ୍ଧୁକ ସୁରକ୍ଷାବାହିନୀ ଏବଂ ପୋଲିସମାନେ ବ୍ୟବହାର କରିଥାନ୍ତି। ସାଧାରଣ ଲୋକଙ୍କୁ ଏଭଳି ବନ୍ଧୁକ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇନଥାଏ।

ତେବେ ଘଟଣାସ୍ଥଳରୁ କୌଣସି ବନ୍ଧୁକ ମିଳିନଥିବାବେଳେ ଖୋକା କେଉଁଠୁ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଘଟଣାସ୍ଥଳରେ ସେଦିନ ଉପସ୍ଥିତ ଥିବା ପୋଲିସ କିମ୍ବା କୌଣସି ସୁରକ୍ଷା କର୍ମୀଙ୍କୁ ସେଦିନ ଏଭଳି ଅସ୍ତ୍ର ଦିଆଯାଇନଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି। ତେଣୁ ଏଭଳି ଅସ୍ତ୍ର ଆତଙ୍କୀ ଡାକ୍ତର ଉମର ହିଁ  ବ୍ୟବହାର କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

•    ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା
•    ଘଟଣାସ୍ଥଳରୁ ମିଳିଲା ୩ଟି 9mm କ୍ୟାଟ୍ରିଜ୍
•    ଦୁଇଟି ଜୀବନ୍ତ, ଗୋଟିଏ ଖାଲି ସେଲ୍
•    9mm କ୍ୟାଟ୍ରିଜ ବନ୍ଧୁକ ସୁରକ୍ଷାବାହିନୀ ଏବଂ ପୋଲିସ ବ୍ୟବହାର କରିଥାନ୍ତି
•    ସାଧାରଣ ଲୋକଙ୍କୁ ଏଭଳି ବନ୍ଧୁକ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇନଥାଏ
•    ଘଟଣାସ୍ଥଳରୁ କୌଣସି ବନ୍ଧୁକ ମିଳିନି, ଖୋକା କେଉଁଠୁ ଆସିଲା ?
•    ସେଦିନ ପୋଲିସ କିମ୍ବା କୌଣସି ସୁରକ୍ଷା କର୍ମୀଙ୍କୁ ଅସ୍ତ୍ର ଦିଆଯାଇନଥିଲା

Scroll to Top